ଆଇନ୍ ଉଲ୍ଲଂଘନ କରି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ
1 min read
ଆଓରି-ଭୁବନେଶ୍ଵର(୨୨/୦୨) : ରାଜ୍ୟ ସରକାରଙ୍କ ପାନୀୟ ଜଳ ପ୍ରକଳ୍ପକୁ ଏନ୍ଜିଟି ଛାଟ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ୍ ଅନ୍ତର୍ଗତ ମଣିକୁଣ୍ଡ ଗାଁରେ ନିର୍ମାଣାଧୀନ ଏଭଳି ପ୍ରକଳ୍ପ ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ୍ ଉଲ୍ଲଂଘନ ହୋଇଥିବା ସୂଚନା ମିଳିଛି ।
ଏହାକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି) ଖପ୍ପା ହୋଇଛନ୍ତି । ଆଇନ୍ ଉଲ୍ଲଂଘନ କରି ଏପରି ପ୍ରକଳ୍ପ ଚାଲୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କଟକ ଡିଏଫ୍ଓ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ରିପୋର୍ଟ ଦେବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଡିସେମ୍ବର ୮ ତାରିଖରେ ୨୪୧ କୋଟି ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ମଣିକୁଣ୍ଡାରେ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହା ଜଙ୍ଗଲ ଜମି ହୋଇଥିବା ଖବର ମିଳିଥିଲା । ଏହାପରେ ପ୍ରକଳ୍ପ ପାଇଁ ଆବଶ୍ୟକ ମଂଜୁରୀ ନଥିବା ଏନଜିଟିରେ ଅଭିଯୋଗ ହୋଇଥିଲା ।
ଜଙ୍ଗଲ ସଂରକ୍ଷଣ ଆଇନ୍-୧୯୮୦ ଅନୁସାରେ କେନ୍ଦ୍ର ସରକାରଙ୍କ ଅନୁମତି ନେବା ଆବଶ୍ୟକ ଥିଲା । କିନ୍ତୁ ସେମିତି କଛି ନକରି ପ୍ରକଳ୍ପର ଶିଳାନ୍ୟାସ କରିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ ଦୁଇ ସୂଚନା ଅଧିକାର କର୍ମୀ ଏନ୍ଜିଟିର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ତଦନ୍ତ କରି ଏନ୍ଜିଟି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କଟକ ଡିଏଫଓଙ୍କୁ ୨ ସପ୍ତାହରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।