ବିଏମସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
1 min read
ଆଓରି-ଭୁବନେଶ୍ଵର(୩୧/୦୮) : ଆଜି ବିଏମସି ପାଳୁଛି ସ୍ୱାୟତ୍ତ ଶାସନ ଦିବସ । ପ୍ରଶାସକ ସଂଗ୍ରାମଜିତ ନାୟକ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ ପାଳନ କରିଛନ୍ତି । ସ୍ମାର୍ଟସିଟିର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପଟେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଏମସି ପକ୍ଷରୁ ମାଳ ମାଳ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ରାଜଧାନୀର ପ୍ରତି ୱାର୍ଡ଼ରେ ୱାର୍ଡ଼ ଅଫିସ ଗଠନ କରାଯିବା ସହ ସହରର ୪୦ଟି ସ୍ଥାନରେ କମ୍ପୋଷ୍ଟ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।