May 19, 2024

ହାଇକୋର୍ଟ କଟକରୁ ଭୁବନେଶ୍ଵର ସ୍ଥାନାନ୍ତର କରିବା ପାଇଁ ଦାବି କଲା ବାର ଆସୋସିଏସନ

1 min read
Odisha-High-Court-aajira-odisha

ଆଓରି-ଭୁବନେଶ୍ଵର(୩୦/୦୮) : ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ହାଇକୋର୍ଟ କଟକରୁ ରାଜଧାନୀକୁ ସ୍ଥାନାନ୍ତର କରିବା ପାଇଁ ଭୁବନେଶ୍ୱର ବାର ଆସୋସିଏସନ ଦାବି କରିଆସୁଛି । ପଶ୍ଚିମ ଓଡିଶାର କେଉଁସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବ ତାହାକୁ ନେଇ ମଧ୍ୟ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି ।

ବଲାଙ୍ଗିର କିମ୍ବା ସମ୍ବଲପୁରରେ ହେବ ସେନେଇ ଆଜି ମଧ୍ୟ ସମ୍ବଲପୁରରେ ବୈଠକ ବସିଛି । ସେହିପରି ଦୀର୍ଘ ଦିନ ହେଲା ଭୁବନେଶ୍ୱର ବାର ଆସୋସିଏସନ ଦାବି କରିଆସୁଥିବା ବେଳେ ସେପଟେ କଟକ ହାଇକୋର୍ଟ ବାରଆସୋସିଏସନ ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା । ଏବେ ହାଇକୋର୍ଟ ସ୍ଥାନାନ୍ତରକୁ ନେଇ ଭୁବନେଶ୍ୱର ଓ କଟକ ଓକିଲ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଆଜି ମଧ୍ୟ ଭୁବନେଶ୍ୱର ବାର ଆସୋସିଏସନ ରାଜରାସ୍ତାକୁ ଓହ୍ଲାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.