July 7, 2022

ଓଡିଶାରେ ଲାଗୁ ହେଲା ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା

1 min read
One nation, one ration card implemented in Odisha from September 1

ଆଓରି-ଭୁବନେଶ୍ଵର(୦୨/୦୯) : ରବିବାର ଠାରୁ ଭୁବନେଶ୍ୱରରେ ଲାଗୁ ହୋଇଛି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା । ଭୁବନେଶ୍ୱର ମହାନଗର ନିଗମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ ହୋଇଛି । ଏହି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା ଅନୁଯାଇ ଆପଣଙ୍କ ପାଖରେ ରାସନ କାର୍ଡ ଥିଲେ ଆପଣ ଦେଶର ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇପାରିବେ । ପ୍ରଥମ ପର୍ୟ୍ୟାୟରେ ରବିବାର ଠାରୁ ଭୁବନେଶ୍ୱରରେ ଏହା ଲାଗୁ କରାଯାଇଛି । ଆପଣଙ୍କ ରାସନ କାର୍ଡ ରାଜ୍ୟର ଯେଉଁ ସ୍ଥାନରେ ଥିଲେ ମଧ୍ୟ ଆପଣ ରହୁଥିବା ଅଞ୍ଚଳରେ ରାସନ ସାମଗ୍ରୀ ଉଠାଇପାରିବେ।

ଏହି ୱାନ୍‍ ନେସନ ୱାନ୍‍ ରାସନ ବ୍ୟବସ୍ଥାରେ ବହୁ ଲୋକ ଉପକୃତ ହେବେ। ଏଠାରେ ସୂଚନାଯୋଗ୍ୟ ଏହି ବ୍ୟବସ୍ଥା ସାରା ଦେଶରେ ୨୦୨୦ ଜୁଲାଇ ମାସରୁ ଲାଗୁ ହେବାକୁ ଯାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ରବିବାର ଠାରୁ ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥା ଲାଗୁ ହେବାଦ୍ଵାରା ଯଦି କୌଣସି ହିତାଧିକାରୀ ରାଜ୍ୟ ବାହାରେ କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଯାଇ ରହିଥାନ୍ତି। ସେମାନେ ଦେଶର ଯେକୌଣସି ସ୍ଥାନରୁ ଚାଉଳ, ଗହମ ଆଦି ପାଇପାରିବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.