ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ, ସାଂସଦଙ୍କୁ ହ୍ୱିପ ଜାରି କଲା ବିଜେପି
1 min read
ଆଓରି-ଭୁବନେଶ୍ଵର: ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍କୁ ସମର୍ଥନ କରିବ ବିଜେଡି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସୂଚନା । ଆଜି ରାଜ୍ୟସଭାରେ ବିଗତ ହେବ ଟ୍ରିପଲ ତଲାକ୍ ବିଲ୍ । ଗୃହରେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି ବିଜେପି ।ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହା ଉପରେ ଭୋଟିଂ ପାଇଁ ଶାସକ ବିଜେପି , ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି । ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା ।
ପତ୍ନୀଙ୍କୁ ତିନି ଥର ତଲାକ କହି ତଲାକ୍ ଦିଆଯାଉଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ଆଇନ୍ ଆଣିଛନ୍ତି, ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷ ଯାଏଁ ଦଣ୍ଡର ବ୍ୟବସ୍ଥା ରହିଛି ।