March 21, 2023

ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବେ ପ୍ରଶାସନ

1 min read
Talcher-Coalmines-Accident-Aajira-Odisha

ଆଓରି-ଭୁବନେଶ୍ଵର(୩୧/୦୭) : ଶ୍ରମିକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର । ଦୀର୍ଘ ୭ ଦିନ ଧରି ଚାଲିଥିବା ବିଜେପିର ଶ୍ରମିକ ଆନ୍ଦୋଳନ ଆଗରେ ଶେଷରେ ପ୍ରଶାସନ ହାର ମାନିଛି । ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ । ଏହା ସହ ଏହି ଦୁର୍ଘଟଣାରେ ଆହତଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ଦେବା ପାଇଁ ପ୍ରଶାସନ ରାଜି ହୋଇଛି ।

ସୂଚନାଯୋଗ୍ୟ, ତାଳଚେର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ ବେଳେ ମାଟି ଅତଡ଼ା ଖସିଥିଲା । ସେଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଏହି ଘଟଣା ପରେ ଜିଲ୍ଲା ବିଜେପି ପକ୍ଷରୁ କାଳନ୍ଦି ସାମଲଙ୍କ ନେତୃତ୍ୱରେ ଶ୍ରମିକଙ୍କ ସୁରକ୍ଷା ଦାବି ଓ ମୃତକ ଏବଂ ଆହତଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା ।

ଖଣିରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟନ ଦିଆଯିବ ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ସବୁ ଖଣିରେ ସୁରକ୍ଷା ଦୃଷ୍ଟିରୁ ଉଚିତ୍‌ ପଦକ୍ଷେପ ଗ୍ରହଣ କରାଯାଉଛି କି ନାହିଁ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବ ବୋଲି ସୂଚନା ମିଲିଛି । ଆନ୍ଦୋଳନକୁ ଦୀର୍ଘ ୭ ଦିନ ବିତିବା ପରେ ପ୍ରଶାସନ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛି । ପ୍ରଥମେ ୨୫ ତାରିଖ ଦିନ ଦୁର୍ଘଟଣା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲା ଜିଲ୍ଲା ବିଜେପି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.