March 26, 2023

ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

1 min read

ଆଓରି-ଭୁବନେଶ୍ଵର(୦୧/୦୪) : ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏପ୍ରିଲ ପହିଲାକୁ ଓଡିଶାରେ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ସେ ଦୁଇଟି ନିର୍ବାଚନୀ ସଭାରେ ପ୍ରଚାର କରିବେ । ସକାଳ ୧୧ଟା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

ଏହାପରେ ଅପରାହ୍ନ ୧ଟାରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଅନ୍ୟ ଏକ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଏପ୍ରିଲ ୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିଜେପିର ନଜର ଓଡିଶା ଉପରେ ରହିଛି । ବିଭିନ୍ନ ରାଜନୈତିକ ଦଳ ଲଗାତର ଭାବେ ଓଡିଶା ଆସି ପ୍ରଚାର ପ୍ରସାର କରୁଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.