April 20, 2024

ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

1 min read

ଆଓରି-ଭୁବନେଶ୍ଵର(୦୧/୦୪) : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଏହାପରେ ରାଜଭବନରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସେ ସିଧାସଳଖ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଓଡିଶାବାସୀଙ୍କୁ ଓଡିଆରେ ଉତ୍କଳ ଦିବସର ଅଭିନନ୍ଦନ ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ଭେଙ୍କେୟା ନାଇଡୁ ।

ସେ କହିଛନ୍ତି, “ଦୀର୍ଘ ଦିନର ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ସହ ଆମର ଚିନ୍ତା ବଦଳିଛି । ଆମ ସଂସ୍କୃତି-ଐତିହକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଡିବ ।ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଉପ-ରାଷ୍ଟ୍ରପତି । ୫ଟି କଥା ମନେ ରଖିବାକୁ ପିଲାଙ୍କୁ ଭେଙ୍କେୟା ନାଇଡୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, “ଘରେ ମାତୃଭାଷା କୁହ । ମମି ନୁହେଁ ମା’ କୁହ । ବାପା-ମାଆଙ୍କୁ ଅବହେଳା କର ନାହିଁ । ନିଜ ଦେଶ କି ରାଜ୍ୟକୁ ଭୁଲନି । ଗୁଗଲ କେବେ ଗୁରୁଙ୍କ ସ୍ଥାନ ପୂରଣ କରିପାରିବନି ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.