April 1, 2023

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଶ୍ରେଷ୍ଠ ବିମାନବନ୍ଦର ଭାବେ ପୁରସ୍କୃତ

1 min read

ଆଓରି-ଭୁବନେଶ୍ଵର(୦୭/୦୩) : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର (ବିପିଆଇଏ) ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଆକାର ଓ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିଥିବା ସୂଚନା ଦେଇଛନ୍ତି ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହୋତା।

ଏହି ମାନ୍ୟତାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ପଛକୁ ଚଣ୍ଡିଗଡ଼ ବିମାନବନ୍ଦର, ଦେବୀ ଅହଲ୍ୟାବାଈ ହୋଲକର ବିମାନବନ୍ଦର ଇନ୍ଦୋର, ଏସ୍‌ଏମ୍‌ ବଦାଉରଦ୍ଦିନ୍‌ ବିମାନବନ୍ଦର ଇଣ୍ଡୋନେସିଆ ଏବଂ ୟିଚାଙ୍ଗ୍‌ ସାନ୍‌ସିଆ ବିମାନବନ୍ଦର ଚୀନ୍‌ ରହିଥିବା ଜାଣିବାକୁ ମିଳିଛି।

ବିଶ୍ୱ ସ୍ତରରେ ପ୍ରସ୍ତୁତ ହେଉଥିବା ହେଉଥିବା ବିମାନବନ୍ଦରର ଏହି ମାନ୍ୟତା ତାଲିକାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସ୍ଥାନ ପାଇବା ଉଭୟ ରାଜ୍ୟ ଓ ଦେଶ ପାଇଁ ନିହାତି ଭାବେ ଗୌରବର ବିଷୟ। ଉଲ୍ଲେଖଯୋଗ୍ୟ, ଏୟାରପୋର୍ଟ କାଉସିଲ୍‌ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯିବା ସହ ଯୋଗ୍ୟ ବିବେଚିତ ବିମାନବନ୍ଦରଗୁଡ଼ିକୁ ପୁରସ୍କୃତ କରାଯାଇଥାଏ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.