March 29, 2023

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ସାଧାରଣ ଜନତାଙ୍କୁ ଠକୁଛନ୍ତି ରାଜ୍ୟ ସରକାର

1 min read

ଆଓରି-ଭୁବନେଶ୍ଵର(୦୭/୦୩) : ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଏକ ଠକାମି ଓ ଭ୍ରମାତ୍ମକ ଯୋଜନା ବୋଲି ଅଭିଯୋଗ କରିଛି ସୂଚନା ଅଧିକାର ଅଭିଯାନ। ଏହି ଯୋଜନା ପାଇଁ ସରକାର କୌଣସି ଅର୍ଥ ବ୍ୟୟବରାଦ କରି ନାହାନ୍ତି କି ହିତାଧିକାରୀଙ୍କ ନିକଟରେ ଏହି କାର୍ଡ ପାଇପାରି ନାହାନ୍ତି। ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ କହିଲେ, ଗତବର୍ଷ ନଭେମ୍ବର ୧୦ତାରିଖରୁ ଚଳିତବର୍ଷ ଜାନୁଆରି ମାସ ଭିତରେ ଜାତୀୟ ସ୍ଵାସ୍ଥ୍ୟ ମିସନ୍, ସ୍ଵାସ୍ଥ୍ୟ ବିଭାଗ, ସ୍ଵାସ୍ଥ୍ୟ ନିର୍ଦେଶାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତଥ୍ୟ ମଗା ଯାଇଥିଲା। ବିଏସ୍‌କେୱାଇ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ବ୍ୟୟବରାଦ କରାଯାଇ ନାହିଁ ବୋଲି ଏହି ତଥ୍ୟରୁ ଜଣାପଡ଼ିଛି। ବରଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇ ଆସୁଥିବା ଯୋଜନାଗୁଡ଼ିକ ଅଧୀନରେ ରୋଗୀମାନେ ପାଉଥିବା ସେବାକୁ ଦେୟମୁକ୍ତ ଘୋଷଣା କରାଯାଇଛି।

ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନା ବା ଆରଏସ୍‌ବିୱାଇ କାର୍ଡ ବନ୍ଦ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ କୃଷକ କଲ୍ୟାଣ ଯୋଜନା-୨ କାର୍ଡ ବଣ୍ଟନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଅଧିକାଂଶ ଲୋକଙ୍କ ନିକଟରେ ଏହି କାର୍ଡ ପହଞ୍ଚି ପାରିନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ବେସରକାରୀ ଡାକ୍ତରଖାନା ଏପରିକି ରାଜଧାନୀର କିଛି ଡାକ୍ତରଖାନା ଏହାକୁ କାର୍ଯ୍ୟକାରୀ କରୁ ନ ଥିବା କହିଛନ୍ତି। ସରକାରୀ ଡାକ୍ତରଖାନାରେ ଲୋକମାନଙ୍କୁ ମାଗଣା ଚିକିତ୍ସା ମିଳିବା କଥା ରାଜ୍ୟ ସରକର କହୁଛନ୍ତି। ହେଲେ ରାଜ୍ୟର ୫୦ ଭାଗ ଡାକ୍ତରୀ ପଦ ଖାଲି ପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତା ପାଣିଗ୍ରାହୀ ଓ ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.