May 19, 2024

ଯାଜପୁର ରୋଡ୍‌ରେ ଭାଲୁ ଆତଙ୍କ

1 min read

ଆ.ଓ.ରି(ତା୧୮|୫)-ଯାଜପୁର ରୋଡ୍ ସହରରେ ଏକ ଭାଲୁ ପଶିଆସିଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶୁକ୍ରବାର ଭୋର୍ ସମୟରେ ଭାଲୁଟି ସହର ଭିତରକୁ ପଶିଆସିଛି। ଲୋକେ ଭାଲୁଟିକୁ ଘଉଡ଼ାଇବାକୁ ଟେକାପଥର ଓ ବାଣ ମାଡ଼ କରିଛନ୍ତି। ଫଳରେ ଭୟଭୀତ ହୋଇ ଦଳା ବାଇପାସ୍ ନିକଟସ୍ଥ ଏକ ବୁଦା ମୂଳରେ ଭାଲୁଟି ଲୁଚିଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ପୋଲିସ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି। ବନ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲେ ମଧ୍ୟ ଭାଲୁଟିକୁ ଧରିବା ସମ୍ଭବ ହୋଇପାରିନାହିଁ। ଭାଲୁଟି ମହାଗିରି ଜଙ୍ଗଲରୁ ସହର ଭିତରକୁ ଆସିଥିବା ଅନୁମାନ କରାଯାଉଛି। ୨ ମାସ ତଳେ ମଧ୍ୟ କଳିଙ୍ଗନଗର ଭିତରକୁ ଗୋଟିଏ ଭାଲୁ ପଶିଆସିଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.