ରାଜ୍ୟ

ପକ୍ଷୀଙ୍କ ପାଇଁ କୃତ୍ରିମ ଜଙ୍ଗଲ

ଆ.ଓ.ରି(ତା୧୮|୫)-ଦିନକୁ ଦିନ ଶିଳ୍ପାନୁଷ୍ଠାନ ଗଢି ଉଠିବା ଏବଂ ଜଙ୍ଗଲ କ୍ଷୟ ହେବା କାରଣରୁ ଲୋପ ପାଉଛନ୍ତି ପଶୁ ପକ୍ଷୀ। ତେବେ ଲୋପ ପାଉଥିବା ପଶୁ ପକ୍ଷୀମାନଙ୍କ ସଂରକ୍ଷଣ ପାଇଁ ଆଗେଇ ଆସିଛି ପାରାଦୀପର ଆଦର୍ଶ ପ୍ରୟାସ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ। କୃତ୍ରିମ ଜଙ୍ଗଲ ସୃଷ୍ଟି କରି ସେମାନଙ୍କ ପାଇଁ ବସା ତିଆରି କରିବା ସହ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରୁଛନ୍ତି।ପକ୍ଷୀ ମାନଙ୍କ ପାଇଁ ତିଆରି କରାଯାଇଛି କୃତ୍ରିମ ଜଙ୍ଗଲ। ଆଉ ସେହି ଜଙ୍ଗଲ ଭିତରେ ଚଢେଇ ମାନଙ୍କ ପାଇଁ ବସା ତିଆରି କରି ପାତ୍ରରେ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପାରାଦୀପର ସିମେନ୍ସ କ୍ଲବ ସାମ୍ନା ପଡିଆରେ ଏଭଳି କୃତ୍ରିମ ଜଙ୍ଗଲ ସୃଷ୍ଟି କରିଛି ପାରାଦୀପର ଆଦର୍ଶ ପ୍ରୟାସ ସ୍ୱେଚ୍ଛାସେବୀ ସଂଗଠନ।କେବଳ ଯେ ବସା ତିଆରି କରାଯାଇନି, ପକ୍ଷୀଙ୍କ ରକ୍ଷଣାବେକ୍ଷଣ ପାଇଁ ଆଦର୍ଶପ୍ରୟାସର ଯୁବକମାନେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଆସି ଖାଦ୍ୟ ଓ ପାଣିର ବ୍ୟବସ୍ଥା କରୁଛନ୍ତି। ପାରାଦୀପରେ ଶିଳ୍ପାୟନ ଯୋଗୁଁ ଅନେକ ପଶୁପକ୍ଷୀ ଲୋପ ପାଇଯାଉଥିବା ବେଳେ ଆଦର୍ଶପ୍ରୟାସର ଏଭଳି ଉଦ୍ୟମ ପଶୁପକ୍ଷୀଙ୍କ ବଂଶ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ପରିବେଶବିତ୍ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button