ରାଜ୍ୟ

ଅଦିନିଆ ବର୍ଷା ଉଜାଡ଼ିଦେଲା ଲିଚୁ ଚାଷ

ଆ.ଓ.ରି(ତା୧୮|୫)-ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅଦିନିଆ ବର୍ଷାରେ ଲିଚୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି ।ଲିଚୁ ଗୁଡ଼ିକ ବାହାରୁ ଲାଲ୍ ଟୁକଟୁକ୍ ଦିଶୁଥିଲେ ମଧ୍ୟ ଫଳ ଗୁଡ଼ିକ ବର୍ଷା ମାଡ଼ରେ ସଢ଼ିଯିବା ସହ ଭିତରୁ ପୋକ ଲାଗିଯାଇଛି। ଖଣ୍ଡାଧାର ଜଳପ୍ରପାତ ପାଣିକୁ ବ୍ୟବହାର କରି ଏହି ଲିଚୁ ଚାଷ କରାଯାଇଥାଏ। ଖଣ୍ଡାଧାର, ଦାଳବହାଳୀ, ମହୁଲଲଡ଼ା ପ୍ରଭୃତି ଅଞ୍ଚଳରେ ଚାଷୀ ଏହି ଋତୁରେ ଲିଚୁରୁ ବର୍ଷକର ଆୟ କରିଥାନ୍ତି। କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଚଳିତ ବର୍ଷ ଲିଚୁରେ ପୋକ ଲାଗିବା ଯୋଗୁଁ ଉଭୟ ଚାଷୀ ଓ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଓଡ଼ିଶାର ବିଭିନ୍ନ ସହରରୁ ବ୍ୟବସାୟୀମାନେ ଆସି ଏଠାରୁ ଲିଚୁ ନେଇଥାନ୍ତି। କିନ୍ତୁ ଏ ବର୍ଷ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଲିଚୁରେ ପୋକ ଲାଗିଯାଇଥିବାରୁ ଏଠାକାର ଲିଚୁକୁ କେହି ନେବାକୁ ନାରାଜ। ଏନେଇ ଚାଷୀଙ୍କ କହିବା କଥା, ଉଦ୍ୟାନ ବିଭାଗ ସେମାନଙ୍କୁ ସହଯୋଗ କରୁନାହିଁ। ତେବେ ଚାଷୀମାନେ ଯୋଗାଯୋଗ କଲେ ସେମାନଙ୍କୁ ସହଯୋଗ କରାଯିବ ବୋଲି ଉଦ୍ୟାନ ବିଭାଗ କହିଛିା

Related Articles

Leave a Reply

Your email address will not be published. Required fields are marked *

Back to top button