May 12, 2024

ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ସୋ’ ଉପରେ ଆକ୍ରମଣ ; ଟିଏମସି କୁ ଦାୟୀ କଲେ ଶାହ

1 min read

ଆଓରି-ନୂଆଦିଲ୍ଲୀ(୧୫/୦୫) : ମଙ୍ଗଳବାର ଦିନ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ସୋ’ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପାଇଁ ଟିଏମ୍‌ସିକୁ ଦାୟୀ କରିଛନ୍ତି ଶାହ  । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଟିଏମସିକୁ ଏହି ହିଂସାକାଣ୍ଡ ପାଇଁ ଦାୟୀ କରିବା ସହ ପଶ୍ଚିମବଙ୍ଗରେ ଟିଏମସିର କାର୍ଯ୍ୟକାଳ ପୂରିଥିବା ଦୃଢୋକ୍ତି ବାଢିଛନ୍ତି ଅମିତ ଶାହ । ଏହାସହ ଟିଏମସିର ଗୁଣ୍ଡାମାନେ ଇଶ୍ୱର ଚନ୍ଦ୍ର ବିଦ୍ୟାସଗରଙ୍କ ମୂର୍ତ୍ତି ଭାଙ୍ଗିଛନ୍ତି  ବୋଲି  ଶାହ ଅଭିଯୋଗ କରିବା ସହ ପଶ୍ଚିମବଙ୍ଗରେ ବିଜେପି ଏଥର କ୍ଲିନ୍‌ସ୍ୱିପ୍‌ କରିବ ବୋଲି କହିଛନ୍ତି ।

ପଶ୍ଚିମବଙ୍ଗରେ ହେଉଥିବା ହିଂସା ବିଜେପି ଶାସିତ ରାଜ୍ୟରେ ହେଉନାହିଁ । ୬ ଟି ପର୍ଯ୍ୟାୟ ନିର୍ବାଚନରେ କେବଳ ପଶ୍ଚିମବଙ୍ଗରେ ଅଧିକ ହିଂସା ହୋଇଛି ଅନ୍ୟ ରାଜ୍ୟରେ ହୋଇନାହିଁ । ପଶ୍ଚିମବଙ୍ଗରେ ୬ ପର୍ଯ୍ୟାୟରେ ନିର୍ବାଚନୀ ହିଂସା ହୋଇଥିବାରୁ ଏଥିପାଇଁ କେବଳ ଟିଏମସି ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଶାହ ।

ଗତକାଲି ବିଜେପିର ରୋଡ ସୋ’ର ୩ ଘଣ୍ଟା ପୂର୍ବରୁ ବ୍ୟାନର ସବୁ ଚିରି ଦିଆଗଲା । ପୋଲିସ ପାଲଟିଥିଲା ଦର୍ଶକ । ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉସୁକାଇବା କାର୍ଯ୍ୟ କରାଗଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଶାହ ।

ଏହାସହ ହିଂସାକାଣ୍ଡ ପାଇଁ ଟିଏମସିକୁ ଦାୟୀ କରିବା ସହ ଶାହ କହିଲେ, ‘ମୁଁ ସିଆରପିଏଫ୍‌ ଯବାନଙ୍କ ସୁରକ୍ଷା ବଳରେ ବଞ୍ଚିକି ଆସିପାରିଲି । ଗତକାଲିର ରୋଡ ସୋ’ରେ ବିପୁଳ ଜନସମର୍ଥନ ମିଳିଛି । ପାଖାପଖି ଅଢେଇ ଲକ୍ଷ ଲୋକ ୭ କିମି ରୋଡ ସୋ’ରେ ସାମିଲ ହୋଇଥିଲେ । ଥରେ ନୁହେଁ ତିନି ଥର ହମଲା ହୋଇଥିଲା । ତୃତୀୟ ହମଲାରେ ପଥର ଏବଂ କିରାସିନି ବମ୍‌ ମାଡ଼ କରାଯାଇଥିଲା । ମୋ ରୋଡ ସୋ’ରେ ପଥର ମାଡ଼ କରାଗଲା । ମୁଁ ନିଜକୁ ବଞ୍ଚାଇବାର ପ୍ରୟାସ କରୁଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି ।’


Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.