May 20, 2024

ପରଦାରେ ଧମାଲ୍‌ ମଚାଇଲା ଫିଲ୍ମ ୨.୦

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୩୦/୧୧) : ଅକ୍ଷୟ କୁମାର ଏବଂ ରଜନିକାନ୍ତଙ୍କ ଅଭିନୀତ ଫିଲ୍ମ ୨.୦ ଗତକାଲି ରିଲିଜ ହୋଇଛି । ଏହି ଫିଲ୍ମକୁ ନେଇ ଦର୍ଶକ ମହଲରେ ଭିଡ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଅକ୍ଷୟ କୁମାର ସାଉଥ ଫିଲ୍ମରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କର ନେଗେଟିଭ ରୋଲ ରହିଛି । ଫିଲ୍ମକୁ ସାଉଥର ନିର୍ଦ୍ଦେଶକ ଶଙ୍କର ନିର୍ଦ୍ଦେଶନା କରିଛନ୍ତି । ଏହାସହ ଏହାର ହିନ୍ଦି ଭର୍ସନକୁ କରଣ ଜୋହର ପ୍ରଡ଼୍ୟୁସ କରିଛନ୍ତି।

୨.୦ରେ ଅକ୍ଷୟ କୁମାର ଏବଂ ରଜନିକାନ୍ତଙ୍କ ବ୍ୟତୀତ ଆମି ଜାକସନ୍ ମଧ୍ୟ ଲିଡ୍ ରୋଲରେ ନଜର ଆସିଛନ୍ତି । ତେବେ ୨.୦ ରିଲିଜ ପୂର୍ବରୁ ଆଡବାନ୍ସ ବୁକିଂରେ ୧୦୦ କୋଟି କରିଥିଲା । ସୁଚନାନୁସାରେ, ଏହି ଫିଲ୍ମରେ ସାଟେଲାଇଟ୍ ରାଇଟସ୍, ଡିଜିଟଲ ରାଇଟସ୍ ଏବଂ ଡିଷ୍ଟ୍ରିବୁସନ୍ ରାଇଟସ୍ ଜରିଆରେ ପାଖାପାଖି ୩୫୦ କୋଟି ହାସଲ କରିଛି । ଫିଲ୍ମଟି ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏହାର ରେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ କ୍ରିଟିକ ରମେଶ ବାଲା ଏବଂ ସୁମିତ କଣ୍ଡେଲ ଏହି ଫିଲ୍ମକୁ ୫ରୁ ୪ ଷ୍ଟାର ଦେଇଛନ୍ତି । ସୋସିଆଲ ମିଡିଆରେ ୟୁଜର୍ସମାନେ ନିଜର ରିଭ୍ୟୁ ଦେଇଛନ୍ତି । ଫିଲ୍ମଟି ୩ଡି ରେ ରିଲିଜ ହୋଇଛି । ଟ୍ୱିଟ କରିଥିବା ୟୁଜର୍ସମାନଙ୍କ ହିସାବରେ ଫିଲ୍ମଟି ସୁପରହିଟ୍ । ଏହାସହ ୟୁଜର୍ସ ମାନେ ଫିଲ୍ମର ଡାଇରେକ୍ଟର ଶଙ୍କରଙ୍କ ପ୍ରଶଂସା କରିବା ପାଇଁ ମଧ୍ୟ ପଛାଇ ନାହାନ୍ତି । ଏହି ଫିଲ୍ମର ବଜେଟ୍ ୬୦୦ କୋଟି ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.