ମନୋରଞ୍ଜନ

ଓଡିଶାବାସୀଙ୍କ ଆତିଥେୟତାକୁ ଧନ୍ୟବାଦ ଜଣାଇଲେ ସଲମାନ୍ ଖାନ

ଆଓରି-ଭୁବନେଶ୍ଵର(୨୯/୧୧) : ସଲମାନ୍ ବାରବାଟୀ ଆସିବା ଖବର ଜଣାପଡିବା ପରେ ଫ୍ୟାନ୍‌ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଗତକାଲି ଭାଇଜାନ୍ ଓଡିଶା ଆସି ସମସ୍ତଙ୍କୁ ଆହୁରି ଉତ୍ସାହିତ କରିଦେଇଛନ୍ତି । ଓଡିଶାରେ ପାଦ ଦେବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଭାଇଜାନ୍ ସଲମାନ୍ ଖାନ୍ । ହକି ଉଦଘାଟନୀ ଉତ୍ସବ ପାଇଁ ଗତକାଲି ଓଡିଶା ଆସିଥିବା ସଲମାନଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସେ ସିଧା କଟକ ଯାଇଥିଲେ । ଷ୍ଟାଡିୟମରେ ପାଦ ଦେବା ପରେ କରତାଳିରେ ଫାଟିପଡିଥିଲା ପୂରା ଷ୍ଟାଡିୟମ । ଏଠାରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଲମାନ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରିଥିଲେ । ତେବେ ଏଠାରେ ସଲମାନ ମୁଖ୍ୟମନ୍ତ୍ରୀଙ୍କକୁ ଖୁସିରେ କୁଣ୍ଢାଇ ପକାଇଥିଲେ । ଓଡିଶାବାସୀଙ୍କ ଆତିଥେୟତା ଦେଖି ସଲମାନ୍ ବେଶ୍ ଖୁସି ହୋଇପଡିଥିଲେ । ଦେଶ ବିଦେଶ ବୁଲିଛନ୍ତି, କିନ୍ତୁ ଏଭଳି ଅତିଥିୟତା ପାଇନଥିବା କହିଛନ୍ତି ସଲ ମାନ୍ । ଏହା ତାଙ୍କ ଜୀବନର ସ୍ମୃତି ହୋଇ ରହିବ ବୋଲି ସଲମାନ୍ କହିଛନ୍ତି ।

କଟକର ଦହିବରା ଆଳୁଦମ୍ କଥା କହିଥିଲେ ସଲମାନ୍ । କଟକର ପ୍ରସିଦ୍ଧ ଦହିବରା ଆଳୁଦମ ନିଶ୍ଚୟ ଖାଇବି ବୋଲି କହିଥିଲେ ସଲମାନ୍ ।  ଓଡ଼ିଶାବାସୀଙ୍କ ଆତିଥେୟତା ଦେଖି ସଲମାନ୍‌ ଖାନ୍‌ ଭାବବିହ୍ୱଳ ହୋଇ ପଡ଼ିଥିଲେ। ପ୍ରଥମଥର ପାଇଁ ଓଡ଼ିଶା ଆସି ଏଭଳି ଆତିଥେୟତା ପାଇବି ବୋଲି ଭାବି ନଥିଲି ବୋଲି ସେ ମଞ୍ଚରେ କହିଥିଲେ। ଯେତିକି ଭାବିଥିଲି, ତା ଠାରୁ ଢେର୍‌ ଅଧିକ ଅତିଥେୟତା ପାଇଥିବାରୁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଥମେ ଓଲିଉଡ କଳାକାରଙ୍କ କମାଲ, ପରେପରେ ଏ.ଆାର. ରହେମାନଙ୍କ ସଂଗୀତର ଯାଦୁ ଏବଂ ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଚମକ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ବିଶ୍ଵକପ ପୁରୁଷ ହକି ସେଲିବ୍ରେସନ ସଂଧ୍ୟାରେ ଆଣିଥିଲା ରୋମାଞ୍ଚ। ସଂଗୀତର ତାଳେତାଳେ ମତୁଆଲା ହୋଇଥିଲେ ଦର୍ଶକ। ଷ୍ଟାଡିୟମରେ ୩୦ ହଜାରରୁ ଅଧିକ ଦର୍ଶକଙ୍କ କରତାଳିରେ କମ୍ପି ଉଠିଥିଲା ବାରବାଟୀ।

Related Articles

Leave a Reply

Your email address will not be published. Required fields are marked *

Back to top button