ମନୋରଞ୍ଜନ

ନିକଙ୍କ ହାତ ଧରି ବିଦେଶୀ ବୋହୂ ବନିଲେ ପ୍ରିୟଙ୍କା

ଶେଷରେ ନିକଙ୍କ ହାତ ଧରି ବିଦେଶୀ ବୋହୂ ବନିଲେ ପ୍ରିୟଙ୍କା। ଗତକାଲି ଡିସେମ୍ବର ୧ତାରିଖରେ ଖ୍ରୀଷ୍ଟିୟାନ୍ ରୀତିନୀତିରେ ନିକଙ୍କୁ ବିବାହ କରିଛନ୍ତି ପ୍ରିୟଙ୍କା । ବିବାହ ପରେ ପ୍ରିୟଙ୍କାଙ୍କ ମେହେନ୍ଦିର କିଛିଟା ଫଟୋ ଭାଇରାଲ ହୋଇଛି । ରାଜସ୍ଥାନରେ ଉମେଦ ଭବନରେ ଦୁହେଁ ଜନ୍ମ ଜନ୍ମାନ୍ତରର ସାଥୀ ହୋଇଛନ୍ତି । ବିବାହରେ ପ୍ରିୟଙ୍କା ଧଳାରଙ୍ଗର ଗାଉନ ପରିଧାନ କରିଥିଲେ ।

ସେହିପରି ନିକ ମଧ୍ୟ ଧଳାରଙ୍ଗର ଆଉଟଫିଟରେ ଖୁବ୍ ଆକର୍ଷଣୀୟ ଲାଗୁଥିଲେ । ଖ୍ରୀଷ୍ଟିୟାନ ବିଧିରେ ଏହି ବିବାହ ସମ୍ପନ୍ନ ହୋଇଛି । ସେହିପରି ଡିସେମ୍ବର ୨ରେ ପ୍ରିୟଙ୍କା-ନିକ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ । ଗତକାଲିର ଏହି ବିବାହରେ ୨୫୦ରୁ ଅଧିକ ଅତିଥି ସାମିଲ ଥିଲେ । ମୁକେଶ ଆମ୍ବାନୀଙ୍କ ପୂରା ପରିବାର ଏଥିରେ ସାମିଲ ହୋଇଥିଲେ ।  ମୁକେଶ ଆମ୍ବାନୀଙ୍କ ପୁଅ ଆକାଶ ଆମ୍ବାନୀ ନିଜ ମଙ୍ଗେତର ଶ୍ଲୋକା ମେହେତାଙ୍କ ସହ ନିଜର ଆସିଥିବା ବେଳେ ଇଶା ମଧ୍ୟ ନିଜ ମଙ୍ଗେତର ଆନନ୍ଦ ପରିମଲଙ୍କ ସହ ଆସିଥିବା ଦେଖାଯାଇଥିଲା । କେବଳ ଏତିକି ନୁହେଁ, ମୁକେଶଙ୍କ ପୁଅ ଅନନ୍ତ ମଧ୍ୟ ନିଜ ଗର୍ଲଫ୍ରେଣ୍ଡ ରାଧିକ ମର୍ଚ୍ଚାଣ୍ଟଙ୍କ ସହ ନଜର ଆସିଥିଲେ ।

ଆଜି ବିବାହରେ ପ୍ରିୟଙ୍କା ଓ ନିକ୍ ଅବୁ ଜାନି ଓ ସନ୍ଦୀପ ଖୋସଲାଙ୍କ ଡିଜାଇନ୍ ବିବାହ କଷ୍ଟ୍ୟମ ପିନ୍ଧିବେ । ସୂଚନାଯୋଗ୍ୟ ଏହି ବର୍ଷ ଅଗଷ୍ଟ ମାସରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ପ୍ରିୟଙ୍କା ନିକଙ୍କଠାରୁ ୧୦ ବର୍ଷ ବଡ । ଏବେ ପ୍ରିୟଙ୍କାଙ୍କୁ ୩୬ ବର୍ଷ ।

ସେହିପରି ପ୍ରିୟଙ୍କା-ନିକଙ୍କର ବିବାହ ଫଟୋ ଓ ଭିଡିଓ ମଧ୍ୟ ପ୍ରସ୍ତୁତ ହେଉଛି । ଏହାର ଦାୟିତ୍ୱ ବିରୁଷ୍କା ଓ ଦୀପବୀରଙ୍କ ଫଟୋ ଉଠାଇଥିବା ସଂସ୍ଥାକୁ ପ୍ରଦାନ କରାଯାଇଛି ।  ବିବାହ ପରେ ପ୍ରିୟଙ୍କା ୪ ଡିସେମ୍ବରରେ ଦିଲ୍ଲୀରେ ଏକ ପାର୍ଟି ଦେବେ । ଏହି ରିସେପସନ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ସେହିପରି ମୁମ୍ବାଇରେ ଏକ ରିସେପସନ ମଧ୍ୟ ଆୟୋଜିତ ହେବ । ପ୍ରିୟଙ୍କାଙ୍କ ବିବାହରେ ସଲମାନ୍ ଖାନ୍ ନିଜ ଭଉଣୀ ଅର୍ପିତାଙ୍କ ସହ ସାମିଲ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button