May 19, 2024

ବାଇକ ଦୁର୍ଘଟଣା ଗ୍ରସ୍ତ ; ବାଇକ ଆରୋହି ମୃତ

1 min read

ଆଓରି-ଭୁବନେଶ୍ଵର(୧୫/୧୨) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ହାତୀଲୁଚାଣି ଠାରୁ କୁଆଳୋ ଯାଇଥିବା ରାସ୍ତାର ଗୁଡିବନ୍ଧ ପୋଖରୀ ନିକଟରେ ବାଇକ ଦୃର୍ଘଟଣାରେ ସିଂହଡା ଗ୍ରାମର ପାଣ୍ଡବ ସାହୁଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ୯ ଟା ବେଳେ ପାଣ୍ଡବ ନିଜ ଘରୁ ଭାଇଙ୍କ ବାଇକ ଯୋଗେ ଭଉଣୀ ଘର ବ୍ରାହ୍ମଣବେଡିଆ ଗ୍ରାମକୁ ଆସୁଥିବା ବେଳେ ଭାରସ୍ୟାମ ହରାଇ ରାସ୍ତାର ଡାହାଣ ପାର୍ଶ୍ୱ ବିଲକୁ ଖସି ପଡିଥିଲେ। ଫଳରେ ରାସ୍ତାରେ ଯାଉଥିବା ଲୋକମାନେ ଦୃଘଟଣା ସମ୍ପର୍କରେ ଜାଣିପାରି ନ ଥିଲେ। ତେବେ ଶନିବାର ସକାଳେ ଜଣେ ବ୍ୟକ୍ତି ଶୌଚ ହେବାକୁ ବିଲ ଆଡ଼କୁ ଯାଉଥିବା ବେଳେ ବାଇକ ସହ ପାଣ୍ଡବ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରଜଙ୍ଗ ଥାନା ଏସ୍‌ଆଇ ଅକ୍ଷୟ ସାହୁ,ଏଏସ୍‌ଆଇ ଗୋପବନ୍ଧୁ ବେହେରା ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଉପରେ ବାଇକଟି ପଡ଼ି ଯାଇଥିବା ବେଳେ ରାତି ସାରା ରକ୍ତ ସ୍ରାବ ହେତୁ ମତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏ ନେଇ ପରଜଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.