ରାଜନୀତିରାଜ୍ୟ

ମୋଦିଙ୍କ ଆଗମନକୁ ନେଇ ଆରମ୍ଭ ହେଲା ଦଳୀୟ ପ୍ରସ୍ତୁତି

ଆଓରି-ଭୁବନେଶ୍ଵର(୧୫/୧୨) : ଡିସେମ୍ବର ୨୪ରେ ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ। ଏନେଇ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ଏକ ବୈଠକ ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ସମ୍ମାନନୀୟ ମାନସ ମହାନ୍ତି ,ସୁବାସ ଗନ୍ତାୟତ,ସନ୍ତୋଷ ଜେନା ,ବିଶ୍ଵରଞ୍ଜନ ବଡ଼ଜେନା ,ଡାକ୍ତର ବେହେରା , ପ୍ରତାପ ମହାପାତ୍ରଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ଆସନ୍ତାବର୍ଷ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଯୋଜନା ରହିଥିବାରୁ ମୋଦିଙ୍କ ଏହି ଗସ୍ତ ଖୁବ୍ ମହତ୍ତ୍ୱପୂର୍ଣ୍ଣ । ମୋଦିଙ୍କ ଗସ୍ତ ପୂର୍ବରୁ ଚଳଚଞ୍ଚଳ ହୋଇପଡିଛି ଜଟଣୀ ଏବଂ ରାଜ୍ୟ କାର୍ଯ୍ୟକର୍ତାଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button