‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ- ୨୦୧୯’ ପାଇଁ ମନୋନୀତ ହେଲେ ଓଡ଼ିଶାର ୭ଜଣ ସାମ୍ବାଦିକ
1 min read
ଆଓରି-ଭୁବନେଶ୍ଵର(୨୯/୦୭): ଆସନ୍ତା ଅଗଷ୍ଟ ୧୦ ତାରିଖରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲ୍ରେ ପଲ୍ଲୀବାଣୀ ମିଶନ ତରଫରୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି । ସାଧାରଣତଃ ସାମ୍ବାଦିକ ମାନେ ଅବହେଳିତ ହେଉଥିବାବେଳେ ପଲ୍ଲୀବାଣୀ ମିଶନ ତରଫରୁ ନିଆଯାଇଛି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶ୍ରେଷ୍ଠ ୭ଜଣ ସାମ୍ୱାଦିକଙ୍କୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୯ ’ ସମ୍ମାନ ରେ ସମ୍ମାନିତ କରାଯିବ ।
ମୁଖ୍ୟ ଅତିଥି ଭାବରେ ସମ୍ମାନୀୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ, ଦକ୍ଷତା ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରସାର ଭାରତୀ ଅଧ୍ୟକ୍ଷ ଶ୍ରୀ ଏ. ସତ୍ୟପ୍ରକାଶ ଏବଂ ଦୈନିକ ଭାସ୍କର ସମୂହ ସମ୍ପାଦକ ଶ୍ରୀ ପ୍ରକାଶ ଦୁବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
ଓଡ଼ିଶାର ଶ୍ରେଷ୍ଠ ୭ଜଣ ସାମ୍ବାଦିକ ଭାବରେ ନ୍ୟୁଜ୍ ସେଭେନ୍ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ,ପ୍ରମେୟର ବାର୍ତ୍ତା ସମ୍ପାଦକ ଧିରେନ୍ଦ୍ର ନାରାୟଣ ମିଶ୍ର,ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ସମ୍ୱାଦର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ‘ଧରିତ୍ରୀ’ର ସସ୍ମିତା ରାଉତରାୟ, ସନ୍ଦିପ ସାହୁ, ଏବଂ ସୌଭାଗ୍ୟ ସୁନ୍ଦରରାୟ ମନୋନୀତ ହୋଇଛନ୍ତି । ଗତବର୍ଷ ମଧ୍ୟ ପଲ୍ଲୀବାଣୀ ମିଶନ ତରଫରୁ ୬ଜଣ ଓଡିଆ ସମ୍ବାଦିକଙ୍କୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୮ ପ୍ରଦାନ କରାଯାଇଥିଲା ।