May 19, 2024

ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଦେଶରେ ପ୍ରତିଷ୍ଠା ହେବ ୪୬୨ଟି ସ୍କୁଲ ; ଜୁଏଲ ଓରାମ

1 min read

ଆଓରି-ଭୁବନେଶ୍ଵର(୧୯/୧୨) : ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଦେଶରେ ପ୍ରତିଷ୍ଠା ହେବ ଆଉ୪୬୨ଟି ଏକଲବ୍ୟ ମଡେଲ୍‌ ସ୍କୁଲ । ଏହି ସ୍କୁଲ ଗୁଡ଼ିକ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଖୋଲାଯିବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ୪୬୨ ଟି ସ୍କୁଲ ମଧ୍ୟରୁ ୯୨ଟି ସ୍କୁଲ ଓଡ଼ିଶାରେ ଖୋଲାଯିବ ବୋଲି ଜୁଏଲ ସୂଚନା ଦେଇଛନ୍ତି ।

ପ୍ରତି ମଡେଲ୍ ସ୍କୁଲ୍‌ ନିର୍ମାଣ ଲାଗି ୩୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ସ୍ଥିର କରାଯାଇଛି । ଏହା ସହ ପ୍ରତି ପିଲାଙ୍କ ପିଛା ହେଉଥିବା ଖର୍ଚ୍ଚକୁ ମଧ୍ୟ ବଢାଯାଇଛି । ପିଲାଙ୍କ ଖର୍ଚ୍ଚ ପାଇଁ ପୂର୍ବରୁ ଜଣକ ପିଛା ୬୧ ହଜାର ୫ ଶହ ଟଙ୍କା ଦିଆଯାଉଥିଲା । କିନ୍ତୁ ଏବେ ଏହାକୁ ୧ ଲକ୍ଷ ୯ ହଜାର ଟଙ୍କା ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଏହି ସ୍କୁଲ୍‌ଗୁଡ଼ିକର ବିଦ୍ୟାଳୟ ପରିଚାଳନା ପାଇଁ ମନ୍ତ୍ରାଳୟ ପକ୍ଷରୁ ନବୋଦୟ ବିଦ୍ୟାଳୟ ସମିତି ଢାଞ୍ଚାରେ କମିଶନରେଟ୍‌ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.