ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ହେଲେ ଆର୍ ବି ଆଇ ଗଭର୍ଣ୍ଣର
1 min readନୂଆଦିଲ୍ଲୀ (ବ୍ଯୁରୋ: ୧୧.୧୨.୧୮)ଆରବିଆଇର ପୂର୍ବତ୍ତନ ଗଭର୍ଣ୍ଣର ଉର୍ଜିତ୍ ପଟେଲ ବ୍ୟକ୍ତିଗତ ସମସ୍ୟାକୁ ନେଇ ଗତକାଲି ଇସ୍ତଫା ଦେବା ପରେ ଆଜି ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ନୂତନ ଗଭର୍ଣ୍ଣର ଭାବରେ ନିଯୁକ୍ତି ଦିଆଯାଇଛି । ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିବା ଶକ୍ତିକାନ୍ତ ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଧିକାରୀ ଅଟନ୍ତି। ସେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।