May 18, 2024

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନରେନ୍ଦ୍ର ମୋଦି

1 min read
Atal-Bihari-Vajpayee-95th-Birthday-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୧୨) : ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ୯୫ ତମ ଜନ୍ମଦିନ ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ନୌରେ ଆଜି ଅଟଳ ବିହାରୀଙ୍କ ୨୫ ଫୁଟ ଷ୍ଟାଚ୍ୟୁର ଉଦ୍‌ଘାଟନ କରିବେ । ଏହା ବ୍ୟତିତ ଆଜି କେନ୍ଦ୍ର ସରକାର ଓ ବିଜେପି ଦେଶର  ବିଭିନ୍ନ ସ୍ଥାନରେ  କାର୍ଯ୍ୟକ୍ରମ ଆୟୋଜନ କରିବେ । ବୁଧବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପିଏମ ମୋଦିଙ୍କ ସମେତ ଏହି ମହାନ ନେତାଙ୍କ ଦିଲ୍ଲୀରେ ଥିବା ସଦୈବ ଅଟଳ ସ୍ମାରକ ପହଞ୍ଚି  ପୂର୍ବତନ  ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏଥିସହିତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୂର୍ବ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀଙ୍କ ସମେତ ବହୁ ବରିଷ୍ଠ ନେତା ଏହି ମହାନ ନେତାଙ୍କ ସଦୈବ ଅଟଳ ସ୍ଥାନରେ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଛନ୍ତି । ବର୍ତ୍ତମାନ ବିଜେପିର ସବୁ ବଡ ବଡ ନେତା ସଦୈବ ଅଟଳ ସ୍ଥାନରେ ଉପସ୍ଥିତ ରହି ଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

ଆଜି କେନ୍ଦ୍ର ସରକାର ଅଟଳ ଭୁଜଳ ଯୋଜନାର ଆରମ୍ଭ କରିବେ। ଦିଲ୍ଲୀରେ ଏହି ଯୋଜନାର ଲଞ୍ଚ କରାଯିବ । ମଙ୍ଗବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍‌ ଏହି  ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ୬୦୦୦ କୋଟି ଟଙ୍କାର ଏହି ସ୍କିମ୍‌ରୁ ୮୩୫୦ ଗାଁରେ ପିଇବା ପାଣି ପହଞ୍ଚିଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଲକ୍ଷ୍ନୌର ଲୋକବଭନରେ ଅଟଳ ବିହାରି ବାଜପେୟୀଙ୍କ ୨୫ ଫୁଟର ମୂର୍ତ୍ତି ଉଦଘାଟନ କରିବେ । କାରଣ ଅଟଳ ବିହାରୀ ବାଜପେୟୀ ୫ଥର ଲକ୍ଷ୍ନୌର ସାଂସଦ ରହିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.