ଦାୟିତ୍ୱ ତୁଲାଇବାରେ ଅବହେଳା କରିବାରୁ ୪ ଜଣ ଡାକ୍ତର ନିଲମ୍ବିତ
1 min read
ଆଓରି-ଭୁବନେଶ୍ଵର(୧୮/୦୫) : ବାତ୍ୟାରେ ‘ଫୋନି’ ଓଡ଼ିଶାରେ ପୁରୀରେ ୨୦୦ କିଲୋମିଟର ବେଗରେ ଲ୍ୟାଣ୍ଡଫଲ୍ କରିଥିଲା । ଆଉ ସମ୍ପୂର୍ଣ୍ଣ ପୁରୀ ସହରକୁ ଛିନ୍ଛତ୍ର କରି ଚାଲିଗଲା । ବାତ୍ୟା ପ୍ରଭାବରେ ଅନେକ ଲୋକ ପରବର୍ତ୍ତି ସମୟରେ ଅସୁସ୍ଥ ହୋଇଥିଲେ । ବିଷୁଦ୍ଧ ପାନୀୟ ଜଳ ପାନ କରି ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି । ତେବେ ବାତ୍ୟା ଓ ପରବର୍ତ୍ତି ସମୟରେ କୌଣସି ସରକାରୀ କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରାଯାଇନଥିଲା । ସମସ୍ତେ ନିଜ ଦାୟିତ୍ୱରେ ଯୋଗ ଦେବା ପାଇଁ କୁହାଯାଇଥିଲା । ତେବେ ଅନେକ କର୍ମଚାରୀ କାର୍ଯ୍ୟରେ ଯୋଗଦେଇ ନିଜ ଦାୟିତ୍ୱ ସୂଚାର ରୂପେ ତୁଲାଇଥିଲେ ମଧ୍ୟ କେହି କେହି ଦାୟିତ୍ୱ ତୁଲାଇବାରେ ଅବହେଳା କରିଥିଲେ ।
ନିଜ ଦାୟିତ୍ୱରେ ଅବହେଳା କରିଥିବାରୁ ରାଜ୍ୟ ସରକାର ୪ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ପୁରୀ ସିଡିଏମ୍ଓ ରାମଚନ୍ଦ୍ର ମହାନ୍ତିଙ୍କୁ ବଦଳୀ କରାଯାଇ ନୂଆ ସିଡିଏମ୍ଓ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ନିଲମ୍ବିତଙ୍କ ମଧ୍ୟରେ ଡାକ୍ତର ଜାକେଶ ସାମନ୍ତରାୟ, ଡାକ୍ତର ବାପୁଜୀ ନାୟକ, ଡାକ୍ତର ଜାହାନା ପରଓ୍ୱିନ ଓ ଜସ୍ମିନ ନୀଳିମା ପଣ୍ଡା ରହିଛନ୍ତି । ସେମାନେ ନିଜ ଦାୟିତ୍ୱରେ ଅବହେଳା କରିବା ସହ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବାତ୍ୟା ସମୟରେ କାର୍ଯ୍ୟରେ ଯୋଗ ଦେଇନଥିଲେ ।