March 21, 2023

ଓଡିଶାରେ ଯୁଗ୍ମ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

1 min read
OJEE-Entrance-Aajira-Odisha

ଆଓରି-ଭୁବନେଶ୍ଵର(୧୮/୦୫) : ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ଅନୁଷ୍ଠିତ ହେବ । ଲାଟେରାଲ ଏଣ୍ଟ୍ରି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ବି. ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଶୁକ୍ରବାର ଓଜେଇଇ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂରେ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏ ଅନୁଷ୍ଠିତ ହେବ ।

ଏହି ପ୍ରବେଶିକା ପରୀକ୍ଷା ପେନ୍ ଆଣ୍ଡ ପେପର ବେସଡ ଅଫଲାଇନରେ କରାଯିବ। ପରୀକ୍ଷା ଲାଗି ରାଜ୍ୟର ୨୦ଟି ସହରରେ ୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୧୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ କଟକ, ବାଲେଶ୍ୱରରେ ୪ଟି ଲେଖାଏ ହୋଇଛି। ଏଥିସହ ରାୟଗଡ଼ା, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ରାଉରକେଲା, ବ୍ରହ୍ମପୁର ଆଦି ସହରରେ ୨୯ ହଜାର ୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜୁନ୍ ପ୍ରଥମ ସପ୍ତାହରେ ଓଜେଇଇ ଫଳ ପ୍ରକାଶ ପାଇବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.