ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
1 min read
ଆଓରି-ଭୁବନେଶ୍ଵର(୨୦/୦୫) : ଆସନ୍ତା କାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ପରୀକ୍ଷା ଫଳ । ଏନେଇ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା କାଲି ପୂର୍ବାହ୍ନରେ ପ୍ରକାଶ ପାଇବ । ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ରାଜ୍ୟ ବାହାରେ ଏକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫାର୍ମରେ ଚାଲିଥିବା ମାର୍କ ପ୍ରୋସେଙ୍ଗ୍ ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିଛନ୍ତି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ।
ତେବେ ଆଜି ସୋମବାର ବୋର୍ଡ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ବସି ମାଟ୍ରିକ୍ ପରୀକ୍ଷା ଫଳର ଚୂଡାନ୍ତ ପରିସଂଖ୍ୟାନ ପ୍ରସ୍ତୁତି କରାଯିବ ।
ଏହାପରେ ଦିନ ୧୧ଟାରେ ପରୀକ୍ଷାଫଳ ବୋର୍ଡର ଅଧିକାରିକ ୱେବସାଇଟ www.bseodisha.nic.in / www.bseodisha.ac.inରେ ଉପଲବ୍ଧ ହେବ। ତେବେ ଯେଉଁମାନଙ୍କ ନିକଟରେ ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ ନାହିଁ ସେମାନେ ଏସଏମଏସ୍ ଜରିଆରେ ଫଳ ପାଇପାରିବେ। ଏଥିପାଇଁ ସେମାନଙ୍କୁ 5676750 ନମ୍ବରକୁ OR10 Roll No ଟାଇପ କରି ଏସଏମଏସ୍ କରିବାକୁ ହେବ।