May 20, 2024

ନିତୀନ ଗଡ଼କରୀ କଲେ ଖୁଲାସା,ମୋଦିଙ୍କ ତରଫରୁ ଦିଲ୍ଲୀକୁ ଉପହାର

1 min read

ମୋଦିଙ୍କ ତରଫରୁ ଦିଲ୍ଲୀକୁ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀକୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ସେ ଆଗାମୀ ୬ ମାସ ଭିତରେ ହିଁ ଏହି ଉପହାର ଦିଲ୍ଲୀକୁ ଦେବେ ବୋଲି ସୂଚନା ଆସିଛି । କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଗତକାଲି ଏକଥା କହିଛନ୍ତି |

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଗାମୀ ୬ ମାସ ଭିତରେ ଅନକ ରାଜମାର୍ଗର ଉଦଘାଟନ କରି ଦିଲ୍ଲୀକୁ ବଡ଼ ଉପହାର ଦେବେ । ଗଡ଼଼କରୀ କହିଛନ୍ତି, ଏପରି କରିବା ଦ୍ୱାରା ଦିଲ୍ଲୀରେ ଲୋକଙ୍କ ଗମନାଗମନ ସୁଗମ ହେବା ସହ ପ୍ରଦୂଷଣରୁ ମୁକ୍ତି ମିଳିବ ।

ନିକଟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ରୁ ମେରୁଟ କୁ ନିର୍ମାଣ ହେଇଥିବା ଜାତୀୟ ରାଜପଥ NH 24 ଉଦ୍ଦଘାଟନ କରିଥିଲା ପରେ ଏବେ ଦିଲ୍ଲୀ ରେ ଆହୁରି ଅନେକ ସଡକ ନିର୍ମାଣ ପାଇଁ ପ୍ରଚେଷ୍ଟା କରୁଛନ୍ତି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.