April 25, 2024

ଜାଣନ୍ତୁ କେଉଁ ସମୟରେ ହନୁମାନଙ୍କ ୧୨ଟି ନାମ ଜପ କରିବେ

1 min read

ରାମାୟଣରେ ଭଗବାନ ହନୁମାନଙ୍କ ୧୨ଟି ବିଶେଷ ନାମ ରହିଛି । ସେଗୁଡିକ ହେଲା ହନୁମାନ, ଅଞ୍ଜନୀସୁତ, ପବନପୁତ୍ର, ମହାବଳ, ରାମେଷ୍ଟ, ଫାଲ୍‌ଗୁନସଖା, ପିଙ୍ଗାକ୍ଷ, ଅମିତବିକ୍ରମ, ଉଦଧିକ୍ରମଣ, ସୀତାଶୋକବିନାଶକ, ଲକ୍ଷଣପ୍ରାଣଦାତା, ଦଶଗ୍ରିବଦର୍ପହା । ପ୍ରତି ନାମର ଅଲଗା ଅଲଗା ମହିମା ରହିଛି । ସବୁ ନାମକୁ ନେଇ ଶ୍କୋକ ରୂପରେ ଗାନ କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।

୧.        ପ୍ରାତଃ କାଳେ, ରାତିରେ ଶୋଇବା ପୂର୍ବରୁ, ନୂଆ କାର୍ଯ୍ୟ କରିବା ପୂର୍ବରୁ ଏବଂ ଯାତ୍ରାରେ ବାହାରିବା ପୁର୍ବରୁ ଭଗବାନ ହନୁମାନଙ୍କ ୧୨ଟି ନାମ ଜପ କରନ୍ତୁ ।

୨.        ହଳଦୀଆ କାଗଜ ଉପରେ ଲାଲ ରଙ୍ଗରେ ଭଗବାନ ହନୁମାନଙ୍କ ୧୨ଟି ନାମ ଳେଖି, ସେହି କାଗଜକୁ ଘରର ମୁଖ୍ୟ ଦ୍ୱାର ଓ ପୂଜା ସ୍ଥାନରେ ରଖନ୍ତୁ ।

୩.        ଭୁଜପତ୍ର ଉପରେ ଅଷ୍ଟଗନ୍ଧରେ ହନୁମାନଙ୍କ ନାମ ଲେଖି ଗଳାରେ ଧାରଣ କରିପାରିବେ ।

୪.        ଏହି ନାମକୁ ଜପ କରୁଥିବା ବ୍ୟକ୍ତିକୁ ସବୁ ବିପଦରୁ ରକ୍ଷା ମିଳିଥାଏ ।

୫.        ପ୍ରାତଃ କାଳରେ ହନୁମାନଙ୍କ ନାମ ଜପ କଲେ ଦୀର୍ଘାୟୁ, ଦିପ୍ରହରରେ ଏହି ଜପ କଲେ ଧନବାନ ଏବଂ ରାତିରେ ଜପ କଲେ ଶତ୍ରୁ ପରାସ୍ତ ହେବା ସହ ବିରୋଧୀ ଶାନ୍ତ ହୋଇଥାଏ ।

୬.        ହନୁମାନଙ୍କ ୧୨ଟି ନାମକୁ ସକାଳୁ ୯ଥର ଜପ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.