ଶିକ୍ଷା ଏବଂ ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଭୂମିକା ଉପରେ ୱେବିନାର ଅନୁଷ୍ଠିତ
1 min read
ଆଓରି-ଭୁବନେଶ୍ଵର(୨୫/୦୫) : ଶିକ୍ଷା ଏବଂ ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଭୂମିକା ଉପରେ ଏକ ୱେବିନାର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେଶାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (SISER) ଏବଂ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ପୋୱେରମେଣ୍ଟ ଅଫ ପର୍ସନ ଉଇଥ ଭିଜୁଆଲ ଡିଜେବିଲିଟି (NIEPVD) ର ମିଳିତ ସହଯୋଗରେ ଗତ ୨୩.୫.୨୦୨୧ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ୱେବିନାର NIEPVDର ନିର୍ଦ୍ଦେଶକ ଡ଼ ହିମାଂଶୁ ଦାସ ଉଦ୍ଘାଟନୀ ଭାଷଣରେ କହିଥିଲେ ଆଧ୍ୟାତ୍ମିକତା ହିଁ ଶିକ୍ଷା ଓ ସାମାଜିକ ବ୍ୟବସ୍ଥାରେ ଆମୁଳ ପରିବର୍ତ୍ତନ ଆଣିପାରିବ ଏବଂ ତାଙ୍କ ସହକର୍ମୀମାନଙ୍କ ଏହି ଭଳି ବିଷୟ ଉପରେ ୱେବିନାର ଆୟୋଜନ କରିଥିବାରୁ ଉଚ୍ଚ ସ୍ୱରରେ ପ୍ରଶଂସା କରିଥିଲେ | ଓଡ଼ିଶାର ସରକାରଙ୍କ ଡେପୁଟି ସେକ୍ରେଟେରୀ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଭାରତର ଆଧ୍ୟାତ୍ମିକ ଜ୍ଞାନକୁ କିପରି ନୂଆ ପିଢ଼ି ଶିକ୍ଷା ଦିଆଯିବା ନିହାତି ଆବଶ୍ୟକ, ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି। | ଶ୍ରୀ ପଟ୍ଟନାୟକ ଏହି ଦିଗରେ SISER ର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଅଭିନବ ଭାବରେ ଚିନ୍ତା କରିବାକୁ ଉତ୍ସାହିତ କରିଥିଲେ। NIEPVD ସଂସ୍ଥାର ଅତିରିକ୍ତ ପ୍ରଫେସର ଡ଼ ଜସମେର ସିଂ ମୁଖ୍ୟ ବକ୍ତା ହିସାବରେ ଭାରତୀୟ ସଂସ୍କୃତି, ଧର୍ମ ଭାବନା କିପରି ଉଚ୍ଚକୋଟୀର ଏବଂ ଆଜି ମଧ୍ୟ ଏହା କିଆରୀ ସର୍ବଜନ ଗ୍ରାହ୍ୟ ସେ ବିବିଷୟରେ ବିଚାର ରଖିଥିଲେ |
ନିମନ୍ତ୍ରିତ ମୁଖ୍ୟ ବକ୍ତା ହିସାବରେ ଏକାମ ସରସ୍ୱତ ସଂଘର ସଭାପତି ଶ୍ରୀ ସନ୍ତୋଷ ମହାନ୍ତି କିପରି ବିଶ୍ୱାସ ହିଁ ଔଷଧ୍ୟ ଗୁଣକୁ ମଧ୍ୟ ବୃଦ୍ଧି କରେ ତଥା ଆଧ୍ୟତ୍ମିକତା ଜଗତରେ ଭଗବତ ବିଶ୍ୱାସୀ ଜନ ମାନବ କିପରି ନିଜେ ଆଦର୍ଶରେ ଚଳି ଅନ୍ୟମାନଙ୍କୁ ପ୍ରେରଣା ଦେଇ ପାରିବେ, ଆମେରିକାର ଅତୀତର ଏକ ଘଟଣାର ଜୀବନ୍ତ ଉଦାହରଣ ଉପସ୍ଥାପନ କରି ନିଜର ମତ ବକ୍ତ୍ୟ କରିଥିଲେ | ଶ୍ରୀ ମହାନ୍ତି ମଧ୍ୟ ଶିକ୍ଷା ନୀତିର ପାଶ୍ଚାତ୍ୟକରଣକୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶିକ୍ଷା ନିର୍ମାତାମାନେ ଏହା ଉପରେ ଗୁରୁତ୍ୱ ଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟତମ ବକ୍ତା ଇଞ୍ଜିନିୟର ଶ୍ରୀ ସଂଗ୍ରାମ ଧର ଆଧ୍ୟତ୍ମିକତା କ’ଣ ଓ ତାହା କିପରି ଶିକ୍ଷା ଓ ସାମାଜିକ ଜୀବନର ପ୍ରତିଫଳିତ ହେଉଥିଲା ଏବଂ ବର୍ତ୍ତମାନ ଏହାରି ଅଧଃପତନର ପରିଣାମ ଓ ପୂର୍ବ ସମୟକୁ କିପରି ଫେରିଯିବା ପାଇଁ ଏହା ଏକ ସୁଯୋଗେ ସେ ବିଷୟରେ ଆଲୋକପାତ କରିଥିଲେ| ଶ୍ରୀମତୀ ପ୍ରତିମା ଶର୍ମା ମଧ୍ୟ ନିଜର ମତ ସାବ୍ୟସ୍ତ କରିବା ଅବସରରେ ସୁନ୍ଦର ଭାବରେ ସମସ୍ତ ସାରାଂଶ ଉପସ୍ଥାପନା କରିଥିଲେ | ଶ୍ରୀ ଶ୍ରୀନିବାସ ରେଡି ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ଡ଼ଃ ପ୍ରେମାନନ୍ଦ ମିଶ୍ର ଉଚକୋଟିର ଭାବରେ ପରିଚାଳନା କରିଥିଲେ| ଉପସ୍ଥିତ ସମସ୍ତ ଦର୍ଶକ ମାନେ କାର୍ଯ୍ୟକ୍ରମର ଭୁରି ଭୁରି ପ୍ରଶଂସା କରିଥିଲେ ଓ ବକ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି|