ଧର୍ମ-ଆଧ୍ୟାତ୍ମ

ପୂଜା ସମୟରେ କେଉଁ ଧାତୁର ବ୍ୟବହାର ଅନୁଚିତ

ପୂଜା କରିବା ସମୟରେ ବ୍ୟବହାର କରୁଥିବା ପାତ୍ର ଉପରେ ସର୍ବଦା ଲକ୍ଷ୍ୟ ରଖିବା ଉଚିତ୍। କିଛି ଏମିତି ଧାତୁର ବାସନ ଅଛି ଯାହା ପୂଜା ସମୟରେ ବ୍ୟବହାର କରିବା ଅନିର୍ବାଯ୍ୟ ଅଟେ। ଏହାଦ୍ବାରା ପୂଜା ଅସଫଳ ହୋଇଥାଏ। ଆସନ୍ତୁ ଜାଣିବା ପୂଜା ସମୟରେ କେଉଁ ଧାତୁର ବାସନ ବ୍ୟବହାର କରିବା ଉଚିତ ନୁହେଁ।

ମନୁ ଶ୍ରୁତି ଅନୁସାରେ ପୂଜା ସମୟରେ ଆଲୁମିନିୟମ, ଲୌହ ଓ ଅନ୍ୟ କୌଣସି ଅପ୍ରାକୃତିକ ଧାତୁ ବ୍ୟବହାର କରିବା ଉଚିତ ନୁହେଁ।
କେଉଁ ପାତ୍ରରେ ପୂଜା କରିବା ଅନୁଚିତ
ଆଲୁମିନିୟମର ବାସନ ପୂଜା ସମୟରେ ବ୍ୟବହାର କରିବା ଅନୁଚିତ। କାରଣ ଏହାକୁ କିଛି ଦିନ ବ୍ୟବହାର କଲେ କଳା ରଙ୍ଗର ଆସ୍ତର ହୋଇଯାଏ। ଏହା ଅଶୁଭ ଅଟେ।
ଲୁହା ପାଣି ଓ ପବନ ସଂସ୍ପର୍ଶରେ ଆସିବା ଦ୍ବାରା କଳଙ୍କି ଲାଗି ଯାଇଥାଏ। ତେଣୁ ଲୁହାର ପାତ୍ର ପୂଜା ସମୟରେ ବ୍ୟବହାର କରିବା ଉଚିତ ନୁହେଁ।
ଷ୍ଟିଲର ବାସନ ଅପ୍ରାକୃତିକ ଧାତୁ ଅଟେ। ତେଣୁ ପୂଜା ସମୟରେ ଏହାର ବ୍ୟବହାର ଅଶୁଭ।

କେଉଁ ପାତ୍ରରେ ପୂଜା କରିବା ଉଚିତ
ପୂଜା-ପାଠ ମାଟି, ତମ୍ବା, ପିତଳ, ରୂପାର ବାସନ ବ୍ୟବହାର କରିବା ଉଚିତ। କାରଣ ଏହି ସମସ୍ତ ଧାତୁ ପାଣି ଦ୍ବାରା ଶୁଦ୍ଧ ହୋଇଥାଏ।
ଘରର ମନ୍ଦିରରେ ତମ୍ବା ଓ ପିତଳର ବାସନ ବ୍ୟବହାର କରନ୍ତୁ। ଏହି ସମସ୍ତ ଧାତୁକୁ ପବିତ୍ର ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button