May 19, 2024

କାଶ୍ମୀର ଉପରେ ସତ ଇତିହାସ ଲେଖିବାର ସମୟ ଆସିଛି: ଅମିତ ଶାହ

1 min read
Amit-Shah-Aajira-Odisha

ଆଓରି-ନୂଆଦିଲ୍ଲୀ(୨୯/୦୯) : ଧାରା ୩୭୦ଉଚ୍ଛେଦ  ସମ୍ପର୍କରେ ଭାରତର ଏକ ଐତିହାସିକ ପରିବର୍ତ୍ତନ  ବୋଲି ଦେଶ ଏବଂ ବିଶ୍ୱରେ ଚର୍ଚ୍ଚା ଚାଲିଛି । ତେବେ ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଜାମ୍ମୁ କାଶ୍ମୀରରେ  ୩୭୦ଧାରା ଏବଂ ୩୫ଏ  ଉଚ୍ଛେଦ  କରି ସେଠାକାର ବାସିନ୍ଧାଙ୍କୁ  ଏକୀକରଣକ କରିଛନ୍ତି  ସରକାର । ଏବେ ସମୟ ଆସିଛି  କାଶ୍ମୀର ଉପରେ ସତ ଇତିହାସ ଲେଖିବାର ।  ଶାହ ଦିଲ୍ଲୀର ଏକ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସ୍‌ଏସ୍‌)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାକାର  ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏଥିସହିତ ୩୭୦ଧାରା ଉଚ୍ଛେଦ ପ୍ରସଙ୍ଗ ଉଠାଇ କହିଥିଲେ, କିଛି ଐତିହାସିକଙ୍କ ଭୁଲ ଯୋଗୁଁ ଲୋକେ ସତ ବଦଳରେ ବିଭ୍ରାନ୍ତିକର ତଥ୍ୟ ଜାଣିଛନ୍ତି । ଜମ୍ମୁକଶ୍ମୀରରୁ ସୁଫି ସନ୍ଥ ସଂସ୍କୃତି ଲୋପ ପାଇଗଲା, କାଶ୍ମୀର ପଣ୍ଡିତଙ୍କୁ ଘାଟି ଛାଡିବାକୁ ପଡିଲା । ଖାସ କରି କଶ୍ମୀର ଧାରା ୩୭୦ ଯୋଗୁଁ ବିଶେଷ କ୍ଷତି ସହିଛି ବୋଲି କହିଥିଲେ ଅମିତ ଶାହା । କିନ୍ତୁ ଏବେ ୩୭୦ଧାରା ହଟିଛି ଏବଂ ମଜଭୁତ୍‌ ହୋଇଛି ସେଠାକାର ବାସିନ୍ଦାଙ୍କ ଏକୀକରଣ । ଏବେ ପ୍ରକୃତ ସମୟ ଆସିଛି କାଶ୍ମୀର  ଉପରେ ଇତିହାସ ଲେଖିବା ପାଇଁ ।

ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଅମିତ ଶାହାଙ୍କ ଏଭଳି ମନ୍ତବ୍ୟ ବେଶ ଗୁରୁତ୍ୱ ବହନ କରୁଛି । ସେ କହିଛନ୍ତି ସ୍ୱାଧୀନତା ପରେ ଛୋଟ ଛୋଟ ୬୩୦ ରାଜ୍ୟକୁ ଦେଶରେ ସାମିଲ କରିବାକୁ ସମୟ ଲାଗିଲା ନାହିଁ । ହେଲେ ଜାମ୍ମୁକାଶ୍ମୀର ଭାରତର ହେବାକୁ ୨୦୧୯ ଅଗଷ୍ଟ ୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିଲା । ଏହି ଅବସରରେ ସେ ସରଦାର ବଲ୍ଲଭାଇ ପଟେଲଙ୍କ କଥା ମଧ୍ୟ ମନେପକାଇଛନ୍ତି ।  ତେବେ ଧାରା ୩୭୦ହଟିବା ପରେ ଏବେ ଦେଶର ଏକତା ଓ ଅଖଣ୍ଡତା ମଜଭୁତ୍‌ ହୋଇଛି  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.