ବିଜେପିରେ ଯୋଗଦେବେ ଏସ ଶ୍ରୀସନ୍ତ
1 min read
ଆଓରି-ନୂଆଦିଲ୍ଲୀ(୨୯/୦୯) : କ୍ରିକେଟର ଏସ ଶ୍ରୀସନ୍ତ ବିଜେପିରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ଶ୍ରୀସନ୍ତ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ହରାଇବା ପାଇଁ ସେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହେବେ। ପ୍ରକାଶ ଯେ ଶଶୀ ଥରୁର ଏବେ ତିରୁଅନନ୍ତପୁରମ ଲୋକସଭା ଆସନରୁ ସାଂସଦ ଅଛନ୍ତି।
ଆଇପିଏଲ ସ୍ପଷ୍ଟ ଫିକ୍ସିଂ ମାମଲାରେ ୨୦୧୩ ସେପ୍ଟେମ୍ବର ୧୩ରେ ବିସିସିଆଇର ପ୍ରଶାସନିକ କମିଟି ଶ୍ରୀସନ୍ତଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଗତ ମାସରେ ବିସିସିଆଇ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ୭ ବର୍ଷ କରିଦେଇଛି। ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ୨୦୨୦ ଅଗଷ୍ଟରେ ଶେଷ ହେବ। ଶ୍ରୀସନ୍ତ କହିଛନ୍ତି ଯେ ସେ ଶଶୀ ଥରୁରଙ୍କ ଜଣେ ବଡ଼ ପ୍ରଶଂସକ। ଏକମାତ୍ର ବ୍ୟକ୍ତି ଭାବେ ଶଶୀ ଥରୁର ତାଙ୍କୁ ବୁଝିପାରନ୍ତି ଓ ବିପଦ ସମୟରେ ତାଙ୍କ ପାଖରେ ଠିଆ ହୋଇଥିଲେ। କିନ୍ତୁ ତିରୁଅନନ୍ତପୁରମ ଲୋକସଭା ଆସନରେ ତାଙ୍କୁ ନିର୍ବାଚନରେ ହରାଇବାକୁ ସେ ଚାହୁଁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକୁ ହଟାଇ ଦେଇଥିଲେ। ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ଶ୍ରୀସନ୍ତଙ୍କ ଉପରେ ଥିବା ଦଣ୍ଡକୁ ପୁନଃ ନିର୍ଦ୍ଧାରିତ କରିବାକୁ ବିସିସିଆଇକୁ କହିଥିଲା। ଏହି ମାମଲା ଦେଖୁଥିବା ଜଷ୍ଟିସ୍ ଡିକେ ଜୈନ ଅଗଷ୍ଟ ୨୪ରେ ଶ୍ରୀସନ୍ତଙ୍କ ଦଣ୍ଡକୁ ପୁନଃ ନିର୍ଦ୍ଧାରଣ କରି ୭ ବର୍ଷକୁ କମାଇ ଦେଇଥିଲେ। ଏହି ଦଣ୍ଡର ଅବଧି ୨୦୨୦ରେ ଶେଷ ହେବ।