May 8, 2024

ଆକସ୍ମିକ ପାଣ୍ଠିରୁ ଟଙ୍କା ଉଠାଇବାର ଅବଶ୍ୟକକୁ ନେଇ ଗୃହରେ ପ୍ରଶ୍ନ ଉଠାଇଲା ବିଜେପି

1 min read
Odisha-assembly-Aajira-Odisha

ଆଓରି-ଭୁବନେଶ୍ଵର(୦୨/୦୮) : ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ନେଇ ଗୃହରେ ପ୍ରଶ୍ନ ଉଠାଇଲେ ବିରୋଧୀ । ବିଜେପି ବିଧାୟକ ମୋହନ ମାଝି ଏନେଇ ଗୃହରେ ପ୍ରଶ୍ନ କରିଥିଲେ । ମୋହନ କହିଥିଲେ ଯେ, ନିୟମ ଅନୁସାରେ ଖର୍ଚ୍ଚ ଦାବି ଗୃହୀତ ହୋଇନାହିଁ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ତେବେ ମୋହନଙ୍କ ପ୍ରଶ୍ନରେ ରାଜ୍ୟ ସରକାରଙ୍କ ନିକଟରୁ ସନ୍ତୋଷ ଜନକ ଉତ୍ତର ମିଳିନଥିଲା ।

ବିଜେପି ବିଧାୟକ ମୋହନ ମାଝି ଆହୁରି ପ୍ରଶ୍ନ କରିଥିଲେ ଯେ, ଆକସ୍ମିକ ପାଣ୍ଠିରୁ ଟଙ୍କା ଉଠାଯିବାର କୌଣସି ନିୟମ ନଥିବା ବେଳେ ସରକାର ଏଥିରୁ ଟଙ୍କା କିଭଳି ଉଠାଇଲେ ? ଏହା ସମ୍ବିଧାନର ଉଲଂଘନ ବୋଲି ମୋହନ ଗୃହରେ କହିଛନ୍ତି । ଏହି ଘଟଣାରେ ମୋହନ ମାଝିଙ୍କୁ ଗୃହରେ ବିଜେପିର ଅନ୍ୟ ସଦସ୍ୟମାନେ ମଧ୍ୟ ସମର୍ଥନ ଜଣାଇଥିଲେ । ବିଜେପି ବିଧାୟକମାନେ ହୋ-ହଲ୍ଲା କରିବା ସହ ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ପ୍ରତିବାଦ କରିଥିଲେ ।

ଅନ୍ୟପଟେ, ଆକସ୍ମିକ ପାଣ୍ଠିରୁ ଟଙ୍କା ଉଠାଇବାର ଆବଶ୍ୟକତା କଣ ଥିଲା ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଛନ୍ତି । ସମ୍ବିଧାନ ଅନୁସାରେ ଏହି ସବୁ ଟଙ୍କା ଦୈବି ଦୁର୍ବିପାକ ସମୟରେ ଖର୍ଚ୍ଚ କରିବା କଥା । କିନ୍ତୁ ରାଜ୍ୟ ସରକାର ଯୋଜନା ବଦ୍ଧ ଭାବେ ଏହି ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ । ଏନେଇ ଗୃହରେ ମୋହନ ମାଝି ଉଠାଇଥିଲେ । କିନ୍ତୁ ଏହାକୁ ବାଚସ୍ପତି ନଶୁଣିବାରୁ ତାଙ୍କୁ ଶୁଣିବା ପାଇଁ ପ୍ରସ୍ତୁତ କରାଉଥିଲୁ ବୋଲି ମଧ୍ୟ କହିଛନ୍ତି ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.