ବାଲ୍ୟ ବିବାହ ରୋକିବା ପାଇଁ ଆରମ୍ଭ ହେଲା ସଚେତନତା କାର୍ଯ୍ୟକ୍ରମ
1 min read
ଆଓରି-ଭୁବନେଶ୍ଵର(୦୨/୦୮) : ସାରା ରାଜ୍ୟରେ ବାଲ୍ୟ ବିବାହ କ୍ଷେତ୍ରରେ ନୟାଗଡ଼ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜିଲ୍ଲାରେ ବାଲ୍ୟ ବିବାହ ରୋକିବାକୁ ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାରେ ବଢୁଥିବା ବାଲ୍ୟ ବିବାହ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଏବଂ ଏସ୍ପି ଉପସ୍ଥିତ ରହି ଏହି ବାଲ୍ୟ ବିବାହ ରଥର ଶୁଭାରମ୍ଭ କରିଥିଲେ ।