May 19, 2024

ରାସ୍ତାକଡରେ ବରା ଘୁଘୁନି ବିକ୍ରି କରୁଛନ୍ତି ଜାତୀୟ ବଡି ବିଲଡିଂ ଚାମ୍ପିୟାନସିପରେ ସ୍ୱର୍ଣ୍ଣପଦକ ବିଜେତା ରଶ୍ମୀରଂଜନ

1 min read
Rashmi Ranjan Sahu-Bodybuilder-Aajira-Odisha

ଆଓରି-ଭୁବନେଶ୍ଵର(୦୨/୦୮) : କ୍ରୀଡାବିତମାନଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି  । ମାତ୍ର ଆମ ରାଜ୍ୟର ପ୍ରତିନିଧିତ୍ୱ କରି ଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଜଣେ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ଚାକିରୀଟିଏ ମଧ୍ୟ ଦେଇ ପାରି ନାହାଁନ୍ତି  । ଯାହା ଫଳରେ ସେ ଏବେ ବଞ୍ଚିବା ପାଇଁ ରାସ୍ତାକଡରେ ବରା ଘୁଘୁନି ବିକ୍ରି କରୁଛନ୍ତି।

ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ବଡି ବିଲଡର ରଶ୍ମୀରଂଜନ ସାହୁ ଭୁବନେଶ୍ୱରର ରାସ୍ତା କଡରେ ବରା ଘୁଘୁନି ବିକ୍ରି କରୁଛନ୍ତି । ନିଜ ଉଦ୍ୟମ ବଳରେ ସେ ରାଜ୍ୟ ଏବଂ ଜାତୀୟ ବଡି ବିଲଡିଂ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରି ରାଜ୍ୟପାଇଁ ଆଣିଛନ୍ତି ଅନେକ ଗୌରବ  । ମାତ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଏ ପର୍ଯ୍ୟନ୍ତ କେହି ଚିହ୍ନଟ କରିନାହାଁନ୍ତି । ନିକଟରେ ହେବାକୁ ଥିବା ମିଷ୍ଟର ଏସିଆନ ବଡି ବିଲଡିଂ ଚାମ୍ପିୟନସିପରେ ଯୋଗ ଦେବାକୁ ଡାକରା ଆସିଛି । ମାତ୍ର ଏଥିପାଇଁ ବାଧକ ସାଜିଛି ଅର୍ଥ  । ଯଦି ଆସନ୍ତା ୫ ତାରିଖ ଭିତରେ ସରକାରୀ କିମ୍ବା ବେସରକାରୀ ସ୍ତରରୁ ତାଙ୍କୁ ସହାୟତା ନ ମିଳେ, ତେବେ ନିଜର ସୁନା ଚେନ ବିକ୍ରି କରି ଏହି ଚାମ୍ପିୟନସିପରେ ଭାଗ ନେବେ ବୋଲି କହିଛନ୍ତି ରଶ୍ମୀ ।

ରଶ୍ମୀ ଜଣେ ସମର୍ପିତ ବଡି ବିଲଡର  । ସେ ମିଷ୍ଟର ଏସିଆନ ବଡି ବିଲଡିଂ ଚାମ୍ପିୟନସିପ ପାଇଁ ପ୍ରସ୍ତୁତ ଚଳାଇଛନ୍ତି  । କିନ୍ତୁ ଏଥି ପାଇଁ ଅର୍ଥ ସାଜିଛି ବାଧକ  । ତାଙ୍କୁ ସରକାରୀ ସ୍ତରରୁ ସହାୟତା ଯୋଗାଇ ଦେଲେ, ସେ ଦେଶ ପାଇଁ ଗୌରବ ଆଣିବା ସହ ଅନ୍ତର୍ଜାତୀୟସ୍ତରରେ ଓଡିଶା ପାଇଁ ସୁନାମ ଆଣିପାରିବେ । ଅପରପକ୍ଷେ ଅର୍ଥାଭାବରୁ ଏକ ଆନ୍ତର୍ଜାତୀକ ପ୍ରତିଯୋଗୀତାରୁ ବାଦ ପଡିବାକୁ ଯାଉଥିବା ଜାତୀୟସ୍ତରର ବଡି ବିଲଡର ରଶ୍ମୀ ରଂଜନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନସ୍ତରରୁ ଦାବି ହେଉଛି  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.