May 12, 2024

ଏପ୍ରିଲ ୧ରେ ଦିନିକିଆ ଗସ୍ତରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ

1 min read

ଆଓରି-ଭୁବନେଶ୍ଵର(୩୦/୦୩) : ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ । ଆସନ୍ତା ଏପ୍ରିଲ ୧ରେ ଦିନିକିଆ ଗସ୍ତରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ସୂଚନା ଥାଉ କି, ଏପ୍ରିଲ ୧ରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠା ଦିବସରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ସେଡ ରେଳ ଭବନସ୍ଥିତ ଅଡିଟୋରିୟମରେ ଓଡ଼ିଶା ବିଓ୍ୱାଇଏସଟି ଯୁବ ଉଦ୍ୟୋଗୀଙ୍କ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.