ଗଞ୍ଜାମରେ ଆୟୋଜିତ ମୁଁ ବି ଚୌକିଦାର କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୩୧/୦୩) : ମୁଁ ବି ଚୌକିଦାର କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମୁଁ ବି ଚୌକିଦାର’ ସ୍ଲୋଗାନ୍ ଆଜି ସାରା ଦେଶରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାଧନମନ୍ତ୍ରୀଙ୍କ ଏହି ସ୍ଲୋଗାନ୍କୁ ବିରୋଧ କରି ବିରୋଧୀମାନେ ‘ବେରୋଜଗାର’ର ସ୍ଲୋଗାନ୍ ମଧ୍ୟ ଆରମ୍ଭ କରିଛନ୍ତି । ଯାହା ଫ୍ଲପ୍ ହୋଇଥିବା ଦେଖାଯାଇଛି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ‘ମୁଁ ବି ଚୌକିଦାର’ ସ୍ଲୋଗାନ୍କୁ ନେଇ ଆଜି ସାରା ଦେଶରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ସ୍ଲୋଗାନ୍ ମାଧ୍ୟମରେ ସାରା ଦେଶରେ ଯୋଡ଼ି ହୋଇଥିବା ସାଧାରଣ ଲୋକଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ସିଧାସଳଖ ଭିଡିଓ କନ୍ଫେରନ୍ସିଂ ମାଧ୍ୟମରେ କଥା ହେବେ ।
ଓଡ଼ିଶାରେ ଗଞ୍ଜାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁଯୋଗ ମଳିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିବା ଟ୍ୱିଟ୍ରେ ଲେଖିଛନ୍ତି ।