ଭ୍ରଷ୍ଟ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
1 min read
ଆଓରି-ନୂଆଦିଲ୍ଲୀ(୦୩/୦୭) : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ଘଟଣାକ୍ରମରେ ୬୦୦ରୁ ଅଧିକ ଭ୍ରଷ୍ଟ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୦୦ରୁ ଅଧିକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଛଟେଇ କରି ଦିଆଯାଇଛି। ବିଶେଷକରି ଆଇଏଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ସେମାନଙ୍କ ବିରୁଦ୍ଧରେ କି ପଦକ୍ଷେପ ନିଆଯିବ ସେନେଇ କେନ୍ଦ୍ର ସରକାର ନିଷ୍ପତି ନେବେ । ଭ୍ରଷ୍ଟ ଅଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି।
ଯୋଗୀ ସରକାରଙ୍କ ମୁଖପାତ୍ର ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ, ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ଏଭଳି ଏକ ପାରଦର୍ଶୀ ସରକାର ଯିଏକି ୬୦୦ରୁ ଅଧିକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସରକାରୀ ଅଧିକାରୀମାନଙ୍କୁ କାର୍ଯ୍ୟ ସଂସ୍କୃତିରେ ସଂସ୍କାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।