May 1, 2024

ଭରତପୁର କୋଇଲା ଖଣି ଦୁର୍ଘଟଣା: ଦୁଃଖପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କାଳନ୍ଦୀ ସାମଲ

1 min read
Coals-Mines-accident-aajira-odisha

ଆଓରି-ଭୁବନେଶ୍ଵର(୨୪/୦୭) : ତାଳଚେର କୋଲ ଫିଲ୍ଡର ଭରତପୁର ଓପନ କାଷ୍ଟ ମାଇନ୍ସରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏ ସମ୍ପର୍କରେ ଟ୍ୱିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭରତପୁର ଓପନ କାଷ୍ଟ ମାଇନ୍ସରେ ଦୁର୍ଘଟଣାରେ ଜୀବନ ହାନୀ ହୋଇଥିବା ନେଇ ସେ ଦୁଃଖିତା ସେ କୋଇଲା ମନ୍ତ୍ରଣାଳୟ ସହିତ ନିରନ୍ତର ସମ୍ପର୍କରେ ଅଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି ଓ ସମସ୍ତ ସମ୍ଭାବିତ ସାହାଯ୍ୟ ଯୋଗାଇ ଦିଆ ଯାଉଥିବା ଶ୍ରୀ ପ୍ରଧାନ ଏଥିରେ କହିଛନ୍ତି ।

ଏହି ଘଟଣାରେ ଦୋଷୀ କମ୍ପାନୀ ଏବଂ ଯେଉଁ ଲୋକମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।  ମାଟିତଳେ ଦବି ରହିଥିବା ଶ୍ରମିକମାନଙ୍କୁ ତୁରନ୍ତ ବାହାର କରିବା ସହ ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ ପରିମାଣରେ କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି । ଏଥିସହିତ ଆହତମାନଙ୍କୁ ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.