March 24, 2023

ଭାଜପା କର୍ମୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ ଜାରି

1 min read
BJP-workers-demonstrate-in-Angul-aajira-odisha

ଆଓରି-ଭୁବନେଶ୍ଵର(୨୪/୦୭) : ମୃତଦେହ ବ୍ୟବଚ୍ଛେଦ ସଂରକ୍ଷଣ ଗୃହରୁ ୨ ମୃତଦେହରୁ ଆଖି ଗାଏବ, ନାବାଳିକାଙ୍କୁ ବଳାତ୍କାର ଓ ଅନୁଗୋଳ ସହରରେ ଆବର୍ଜନା ଭର୍ତ୍ତି ହେବା ଆଦି ଘଟଣାକୁ ନେଇ ବୁଧବାର ଭାଜପା କର୍ମୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ ଜାରି ରହିଛି। ଏହାର ପ୍ରଭାବ ବଅଁରପାଳଠାରେ ମଧ୍ୟ ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ବଅଁରପାଳ ୫୫ ନଂ. ଜାତୀୟ ରାଜପଥ ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ଠପ୍‌ ହୋଇଛି। ଏହା ସହ ସରକାରୀ କାର୍ଯ୍ୟାଳୟ, ଦୋକାନବଜାର ବନ୍ଦ ରହିଛି। ଏଥିରେ ଯୁବ ନେତା ଦିବ୍ୟରଞ୍ଜନ ସାମଲ, କିଟୁ ପଣ୍ଡା, ନନ୍ଦ କିଶୋର ନାୟକ ରାଜେନ୍ଦ୍ର ପ୍ରଧାନ ଓ ସୁଶୀଲ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ସ୍ଥାନୀୟ ବିଜେପି ନେତା ପ୍ରତାପ ପ୍ରଧାନ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଥିଲେ । ସ୍ଥାନୀୟ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟ ସରକାର ଏହି ଆଖି ଚୋରି ଘଟଣା ପାଇଁ ଦାୟୀ । ପ୍ରଥମ ଘଟଣା ଘଟିବା ପରେ ଯଦି ସ୍ୱାସ୍ଥ୍ୟ ବିଭାଗ ଓ ମେଡିକାଲ କର୍ତ୍ତୃପକ୍ଷ ସଜାଗ୍‌ ହୋଇଥାନ୍ତେ, ତେବେ ଦ୍ୱିତୀୟ ଥର ଏଭଳି ଘଟଣା ସାମ୍ନାକୁ ଆସିନଥାନ୍ତା ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.