May 1, 2024

ମିନି ଟ୍ରକ୍‌ ଓଲଟି ୨ମହିଳା ମୃତ ; ୧୦ ଜଣ ଗୁରୁତର

1 min read
Truck-Accident-Aajira-Odisha

ଆଓରି-ଭୁବନେଶ୍ଵର(୨୨/୧୨) : ୩୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷ ଓ ଛୋଟ ପିଲାଙ୍କୁ ନେଇ ଯାଉଥିବା ମିନି ଟ୍ରକ୍‌ ଓଲଟି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଏକ ଅସୁସ୍ଥ ଦନ୍ତା ହାତୀକୁ ଦେଖିବାକୁ ସମ୍ଵଲପୁର ଯୁଜୁମୁରା ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ପଂଚାୟତର  ନୂଆଁମୁଣ୍ଡା ଗାଁର ପ୍ରାୟ ୩୦ ଜଣ ଲୋକ ମିନି ଟ୍ରକରେ ଯାଉଥିଲେ । ଯିବା ବାଟରେ ତୁଷାରକଣ୍ଟାସ୍ଥିତ ବୁଲାଣିଠାରେ ମିନି ଟ୍ରକ୍‌ଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣାର ସଠିକ୍‌ କାରଣ ଜଣାପଡ଼ି ନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.