ରାଜ୍ୟ

କାଳିଆ’ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୨/୧୨) : ‘କାଳିଆ’ ଯୋଜନାକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘କାଳିଆ’ ବୁଢାବାଘର କଙ୍କଣ ଦାନ ଉପାଖ୍ୟାନ ଭଳି ଲାଗୁଛି ବୋଲି ଟ୍ୱିଟ୍ କରି କହିଛନ୍ତି ଶ୍ରୀ ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ ରାଜ୍ୟରେ ୧୯ ବର୍ଷ ହେଲା ବିଜେଡି ସରକାର ଚଲାଉଛି । ‘କାଳିଆ’ ଯୋଜନା ଘୋଷଣା କରି ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଚେଷ୍ଟା କରିଛନ୍ତି । ଦୀର୍ଘ ୧୯ ବର୍ଷ ଶାସନ ସତ୍ୱେ ଓଡ଼ିଶାର ଚାଷୀ ଦୁର୍ଦ୍ଦିନରେ ଅଛନ୍ତି । ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ସରକାରଙ୍କୁ ଏବେ ଚାଷୀକୁଳ ଜବାବ ମାଗୁଛି ।

କେତେ ଭୂମିହୀନ ଭାଗଚାଷ କରି ଚଳୁଛନ୍ତି ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ । ତଥ୍ୟ ନେବାକୁ ଚେଷ୍ଟା ମଧ୍ୟ କରୁନାହାଁନ୍ତି ରାଜ୍ୟସରକାର । ଭାଗଚାଷୀ ତଥ୍ୟ ନଥିବା ନେଇ ସରକାର ବିଧାନସଭାରେ ମାନିଛନ୍ତି । କେଉଁ ଆଧାରରେ ଭାଗଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଦେବେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ବିନା ଭାଗଚାଷୀ ଗଣନାରେ ସରକାର ଯୋଜନାକୁ କିପରି ପ୍ରଣୟନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଳୁ, ଅଣ୍ଡା, ପିଆଜ, ଦୁଗ୍ଧ ଉତ୍ପାଦନରେ ଓଡିଶା ବେଶ୍ ପଛରେ ପଡିଛି । ରାଜ୍ୟରେ ବାର୍ଷିକ ଦୁଗ୍ଧ ଉତ୍ପାଦନ ୧୮୬୧ ହଜାର ଟନ ଯାହାକି ଜାତୀୟ ଉତ୍ପାଦନର ମାତ୍ର ଦୁଇ ପ୍ରତିଶତ । ମରୁଭୂମି ରାଜ୍ୟ ରାଜସ୍ଥାନ ମଧ୍ୟ ଓଡିଶାଠାରୁ ଅଧିକ ଦୁଗ୍ଧ ଉତ୍ପାଦନ କରୁଛି । ମାସକୁ ମାତ୍ର ୧୪୦୭ ଟଙ୍କା ହେଉଛି ଜଣେ ଓଡିଆ ଚାଷୀର ରୋଜଗାର । ଚାଷୀର ଏଭଳି ଦୁର୍ବଳ ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ଉତ୍ତରଦାୟିତ୍ୱ ନେଉନାହାନ୍ତି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button