May 19, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ଅବହେଳା କାରଣରୁ ଘରର ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।

ବୃଷ : ବିଭିନ୍ନ ପ୍ରକାର ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବ୍ୟବସାୟ, ପରିବହନ, କଚେରି ମାମଲାରେ ମନସ୍ତାପ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରେ ଜମିଜମା ବିବାଦ, ମୂଲ୍ୟବାନ୍‌ ଜିନିଷ କ୍ରୟ କରିବେ।

ମିଥୁନ : ବାଧକ ଗ୍ରହ ରାଶିକୁ ଅବଲୋକନା କରୁଥିବାରୁ ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରୁଣା ରୋଗରେ କଷ୍ଟ ପାଇବେ। ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ। ଆନୁଷ୍ଠାନିକ କାମରେ ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।

କର୍କଟ : ରାଶ୍ୟାଧିପତି ଛାଦକଗ୍ରହ ଦୃଷ୍ଟିରେ ଥିବାରୁ ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଯଥାରୀତି ସମ୍ପନ୍ନ କରିପାରିବେ। ନିଜ ପାରିପାଶ୍ୱିକ ସ୍ତରରେ ଦୀର୍ଘଦିନରୁ ରହି ଆସିଥିବା ସମସ୍ୟାର ସରଳ ସମାଧାନ ହୋଇଯିବ। ଅର୍ଥସଙ୍କଟ କିମ୍ବା ଅସହଯୋଗ କାରଣରୁ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।

ସିଂହ : ଭାଗ୍ୟକର୍ମାଧିପତିଙ୍କ ସ୍ଥାନ ପ୍ରଭାବରେ ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ। ବ୍ୟବସାୟ, ସଭାସମିତି, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା : କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇବା କଷ୍ଟକର ହୋଇପଡ଼ିବ। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ତୁଳା : ସ୍ବାସ୍ଥ୍ୟ ଠିକ୍‌ ଥିଲେ ମଧ୍ୟ କେତେକ ସ୍ଥଗିତ କାର୍ଯ୍ୟ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପିଲାଙ୍କ ଆଚରଣକୁ କେନ୍ଦ୍ରକରି କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ପରିବାରରେ ସୁଖ ଶାନ୍ତି ପୂର୍ବପରି ଅକ୍ଷୁଣ୍ଣ ରହିପାରିବ।

ବିଛା : ଚଳିତ ପରିସ୍ଥିତି ପ୍ରତି ନଜର ରଖିବା ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଅନୁରୋଧରେ ମନୋରଞ୍ଜନରେ ଆଗ୍ରହୀ ହେବେ। ତଥାପି କେତେକ ବ୍ୟତିକ୍ରମ କାରଣରୁ କରୁଥିବା କାମ ସକାଶେ ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ। ବିବାଦ, ପ୍ରତିଯୋଗିତା, ମାଲିମକଦ୍ଦମାରେ ବିଜୟପ୍ରାପ୍ତିର ସମ୍ଭାବନା ରହିଛି।

ଧନୁ : କୌଣସି ନୂତନ କର୍ମାରମ୍ଭ ସକାଶେ ବିଭିନ୍ନ ପ୍ରକାର ଯୋଜନା କରିପାରନ୍ତି। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ସକାଳୁ ସକାଳୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ।

ମକର : ଧୀରେ ଧୀରେ ପାରିପାର୍ଶ୍ୱିକ ପରିସ୍ଥିତି ବଦଳିଯିବା କାରଣରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆବଶ୍ୟକସ୍ଥଳେ ଧାର କରଜ କରି କାମ ତୁଲାଇ ନେବାକୁ ପଡ଼ିପାରେ। ଆଶା କରୁଥିବା ଅର୍ଥ, ବନ୍ଧୁମିଳନ, ଦୂରଯାତ୍ରା କ୍ଷେତ୍ରରେ ଆପଣ ନିରାଶ ହେବେନାହ।

କୁମ୍ଭ : ରାଶିରେ ରବି ଓ ବୁଧଙ୍କ ସ୍ଥିତି କାରଣରୁ ଆଜିର କର୍ମକ୍ଷେତ୍ରରେ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥସଙ୍କଟ, ସହକର୍ମୀଙ୍କ ଅସହଯୋଗ,ପ୍ରଶାସନିକ ଦ୍ୱନ୍ଦ୍ୱ ଓ ଦୂରଯାତ୍ରା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସ୍ଥଗିତ କାମଟି ବନ୍ଧୁଙ୍କ ଦ୍ୱାରା କରାଇ ନେବେ, କିନ୍ତୁ ତାଙ୍କର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ।

ମୀନ : ଦୀର୍ଘଦିନରୁ ପଡ଼ିରହିଥିବା କାମଟିକୁ ବନ୍ଧୁମାନଙ୍କ ସାହାଯ୍ୟ ନେଇ ସମ୍ପନ୍ନ କରିବେ। ଅର୍ଥ ଆଦାୟ କରିବାରେ ସକ୍ଷମ ହେବା ସାଙ୍ଗକୁ ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। ବ୍ୟବସାୟ ମନ୍ଦ ହେବନି , କିନ୍ତୁ ବ୍ୟସ୍ତବିବ୍ରତ ମଧ୍ୟରେ ସମୟ ଅତିବାହିତ ହେବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.