March 28, 2023

ଆଜିର ରାଶିଫଳ

1 min read
Aajira-Odisha

ମେଷ : ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ କିନ୍ତୁ ଟିକିଏ ଟିକିଏ ସମସ୍ୟା ମଧ୍ୟ ରହିବ। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ଈର୍ଷାପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇପାରନ୍ତି।

ବୃଷ : କର୍ମଭାବସ୍ଥ ଗ୍ରହ ପ୍ରଭାବରୁ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷାକରି ସମାଲୋଚିତ ହୋଇପାରନ୍ତି। ମାଲିମକଦ୍ଦମା, ଆଇନ ଅଦାଲତ, ପ୍ରଶାସନ, କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

ମିଥୁନ : ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ପୂର୍ବ ଯୋଜନା ମୁତାବକ କର୍ମରେ ନିଯୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଆବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ।

କର୍କଟ : ସପ୍ତମସ୍ଥ କେତୁ ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ଆଜିର ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ଆଜି ସକାଳୁ ନୂତନ କର୍ମାରମ୍ଭ ସମସ୍ତଙ୍କ ସହଯୋଗ ଭିତ୍ତିରେ ପ୍ରୀତିପଦ ହେବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।

ସିଂହ : ଆଜିର ଆନୁଷ୍ଠାନିକ କାମ ମଧ୍ୟରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଦିନ ମଧ୍ୟରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।

କନ୍ୟା : ଆଜିର ଦ୍ୱାଦଶସ୍ଥ ଚନ୍ଦ୍ର ପ୍ରଭାବରେ ଖର୍ଚ୍ଚବହୁଳ ଯାତ୍ରା ଓ କାର୍ଯ୍ୟ ମନସ୍ତାପର କାରଣ ହୋଇପାରେ। ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବାରମ୍ବାର କାନକୁହା କଥା ଶୁଣି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯାଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ।

ତୁଳା : ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଆଜିର କର୍ମକ୍ଷେତ୍ର କିମ୍ବା ଦିନଚର୍ଯ୍ୟା ମଧ୍ୟରେ ବାଧ୍ୟବାଧକତାରେ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।

ବିଛା : ଆଜି ରବି ଓ ଚନ୍ଦ୍ରଙ୍କ ସମସପ୍ତକ ଯୋଗ ଆପଣଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ। ରଚନାମତ୍କ କାର୍ଯ୍ୟ, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅନୁରାଧା ନକ୍ଷତ୍ର ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ।

ଧନୁ : ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ ।

ମକର : ଆଜିର ଚନ୍ଦ୍ର ଅଷ୍ଟମ ସ୍ଥାନରେ ରହି ଆପଣଙ୍କ ମାନସିକ ସ୍ଥିତିକୁ ଦ୍ୱନ୍ଦ୍ୱଯୁକ୍ତ କରାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ ଅନ୍ୟଥା ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।

କୁମ୍ଭ : ପାରିବାରିକ ଶୃଙ୍ଖଳା ରକ୍ଷାକରିବା ପାଇଁ ବନ୍ଧୁମାନଙ୍କ ସାହାଯ୍ୟ ଦରକାର ପଡିପାରେ। କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଅପରାହ୍ନରେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ।

ମୀନ : ଆକସ୍ମିକ ଭାବରେ ସରକାରୀ କାମରେ ବାହାରକୁ ଯିବାକୁ ପଡିପାରେ। ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରିବେ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.