May 19, 2024

ଆସନ୍ତା ୨୬ରେ ସୂର୍ଯ୍ୟପରାଗ, ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି

1 min read
Solar-Eclipse-Aajira-Odisha

ଆଓରି-ଭୁବନେଶ୍ଵର(୨୪/୧୨) : ଆସୁଛି ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟପରାଗ ପରାଗ । ଏହି ସୂର୍ଯ୍ୟପରାଗ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଅଟେ । ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ ଲାଗିବ। ଗୁରୁବାର ସକାଳ ୮ଟା ୨୦ମିନିଟରେ ଆରମ୍ଭ ହୋଇ ୧୧ଟା ୨୯ ମିନିଟରେ ସୂର୍ଯ୍ୟପରାଗ ଶେଷ ହେବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି। ଏନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ଏହା ଡିସେମ୍ବର ୨୬ ତାରିଖରେ ହେବ ବୋଲି ସୂଚନା ମିଳିଛି । ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଂଶିକ ଦେଖାଯିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.