କ୍ବିକ୍ ରିଆକ୍ସନ୍ ସରଫେସ୍ ଟୁ ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
1 min read
ଆଓରି-ଭୁବନେଶ୍ଵର(୨୩/୧୨) : ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ସୋମବାର ସକାଳ ୧୧ଟା ୪୫ମିନିଟ ସମୟରେ କ୍ବିକ୍ ରିଆକ୍ସନ୍ ସରଫେସ୍ ଟୁ ଏୟାର(କ୍ୟୁଆରସାମ୍) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାତ୍ସକୁ ନିର୍ମାଣ କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୩୦ କିଲୋମିଟର ରହିଥିବାର ସୂଚନା ମିଳିଛି।