May 13, 2024

୪୫୦୦କୋଟିର ଉପହାର ନେଇ ଜାନୁୟାରୀ ୫ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

1 min read
PM-Narendra-Modi-Will-Come-Odisha-January-Aajira-Odisha

ଆଓରି-ଭୁବନେଶ୍ଵର(୦୩/୦୧) : ପୁଣି ଓଡ଼ିଶା ଆସୁଛନ୍ତି ମୋଦି । ଜାନୁଆରୀ ୫ ତାରିଖରେ ନିଜ ବାରିପଦା ଗସ୍ତରେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ନେଇ ଆସୁଛନ୍ତି ଆଉ ଏକ ଉପହାର । କେନ୍ଦ୍ର ସରକାରଙ୍କ ପ୍ରାୟ ୪ ହଜାର ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଜନକଲ୍ୟାଣ ଦିଗରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।

ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟଥର ପାଇଁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ବିଭିନ୍ନ ପ୍ରକଳ୍ପମାନ ଉଦଘାଟାନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ସରକାରଙ୍କ ହାଇଓ୍ୱେ ଆଣ୍ଡ୍ ଟ୍ରାନ୍ସପୋର୍ଟ, ପେଟ୍ରୋଲିୟମ୍ ଆଣ୍ଡ୍ ନେଚୁରାଲ ଗ୍ୟାସ୍, ରେଳବାଇ, ସଂସ୍କୃତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସର୍ବମୋଟ ୪୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ବାରିପଦାରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ବାସ୍କେଟ୍ ଜନକଲ୍ୟାଣ ନିମନ୍ତେ କଣ ସବୁ ରହିଛି, ଆସନ୍ତୁ ନଜର ପକାଇବା…

୮୨୮.୩୬ କୋଟି ଟଙ୍କା ବ୍ୟୟରେ ୪ଲେନ୍ ବିଶିଷ୍ଟ ୪୩.୨ କି.ମି ଦୀର୍ଘ ରିମୁଳି-କୋଇଡ଼ା ସେକ୍ସନ ଏନଏଚ୍-୨୧୫, ୧,୩୧୩ କୋଟି ବ୍ୟୟରେ ୪ଲେନ୍ ବିଶିଷ୍ଟ ୧୦୪ କି.ମି ଦୀର୍ଘ ସିଙ୍ଗଡ଼ା-ବିଂଝବାହାଳ ସେକ୍ସନ ଏନଏଚ୍-୬, ୧୧୭୬.୪ କୋଟି ବ୍ୟୟରେ ୪ ଲେନ୍ ବିଶିଷ୍ଟ ୫୩.୨ କି.ମି ଦୀର୍ଘ କୋଇଡ଼ା-ରଜାମୁଣ୍ଡା ଏନଏଚ୍ ୨୧୫ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ପାରାଦୀପ-ହଳଦିଆ-ଦୂର୍ଗାପୁର ଏଲପିଜି ପାଇପଲାଇନ୍ ଅନ୍ତର୍ଗତ ଆଇଓସିଏଲର ବାଲେଶ୍ୱର-ଦୁର୍ଗାପୁର ସେକ୍ସନକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଚିଲ୍ଲିକିଦରା-ସଗଡ଼ପଟା ଏବଂ ନାରଣପୁର –ବସନ୍ତପୁର ରେଳ ଲାଇନର ଦୋହରୀକରଣ କରିବେ ପ୍ରଧାନମନ୍ତ୍ରୀ ମୋଦି ।ବାଲେଶ୍ୱରସ୍ଥିତ ମଲ୍ଟି ମଡେଲ ଲଜିଷ୍ଟିକ୍ସ ପାର୍କକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ଟାଟାନଗରରୁ ବାଦାମପାହାଡ଼ ପର‌୍ୟ୍ୟନ୍ତ ୨ୟ ଯାତ୍ରୀବାହୀ ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୟୁରଭଞ୍ଜ ହରିପୁରଗଡ଼ସ୍ଥିତ ପ୍ରାଚୀନ ଦୁର୍ଗ ଏବଂ ରସିକରାୟ ମନ୍ଦିରର ପୁନରୁଦ୍ଧାର କାର‌୍ୟ୍ୟର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆସ୍କା,ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରସ୍ଥିତ ଡାକଘରେ ପାସପୋର୍ଟ ସେବା କେନ୍ଦ୍ରମାନଙ୍କର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.