March 27, 2023

ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି

1 min read

ଆଓରି-ନୂଆଦିଲ୍ଲୀ(୦୧/୦୮) : ସରକାର ଆଜିଠୁ ଆରମ୍ଭ କରିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଅର୍ଥାତ୍ କୌଣସି ରାଜ୍ୟର ପିଡିଏସ ଉପଭୋକ୍ତା ଅନ୍ୟ ଏକ ରାଜ୍ୟର ପିଡିଏସ ଦୋକାନରୁ ନିଜର ରାସନ କାର୍ଡ ଦେଖାଇ ପିଡିଏସ ସାମଗ୍ରୀ ରିହାତି ମୂଲ୍ୟରେ ଆଣି ପାରିବ। ଅଗଷ୍ଟ ୧ରୁ ଦେଶର ୪ଟି ରାଜ୍ୟରେ ପ୍ରଥମେ କେନ୍ଦ୍ର ସରକାର ପରୀକ୍ଷା ମୂଳକ ଭାବରେ ଏହି ଯୋଜନା ଆରମ୍ଭ କରିଛନ୍ତି।  ତେବେ ଏହି ୪ଟି ରାଜ୍ୟ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଗୁଜରାଟ। ୧ ଜୁଲାଇ ୨୦୨୦ ମଧ୍ୟରେ ଦେଶର ସମସ୍ତ ରାଜ୍ୟରେ ଏହି ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବିଶେଷଜ୍ଞଙ୍କ ମତରେ ଏହି ଯୋଜନାର ଲାଭ ସେଇମାନେ ପାଇବେ ଯେଉଁମାନେ ପିଡିଏସ ଉପଭୋକ୍ତା ଓ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଇଥିବେ କିମ୍ୱା ଚାକିରି କରୁଥିବ ।

ଏହି ଯୋଜନା ଲାଗୁ ହେବା ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶଓ୍ୱାନ ଖାଦ୍ୟ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବୈଠକ କରିଥିଲେ । ଗତ ଶନିବାର ଏହି ଯୋଜନା ବାବଦରେ ସୂଚନା ଦେବାକୁ ଯାଇ ଶ୍ରୀ ପାଶଓ୍ୱାନ କହିଥିଲେ, ୩୦ ଜୁନ୍ ୨୦୨୦ ମଧ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ସମସ୍ତ ରାଜ୍ୟରେ ଲାଗୁ ହୋଇ ସାରିଥିବ ଏବଂ ୮୫ ପ୍ରତିଶତ ଆଧାର କାର୍ଡ ପିଓଏସ ମେସିନ ସହ ଲିଙ୍କ୍ ମଧ୍ୟ  ୨୨ଟି ରାଜ୍ୟରେ ୧୦୦ ପ୍ରତିଶତ ପିଓଏସ ମେସିନ୍ ଲାଗିଯାଇଥିବ ବୋଲି ସେ କହିଛନ୍ତି। ତେବେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.