March 24, 2023

ବହୁମୁଖୀ ରକେଟ୍‍ ଲଞ୍ଚର୍‌ ‘ପିନାକ’ର ସଫଳ ପରୀକ୍ଷଣ

1 min read
Pinaka-guided-rocket-system-successfully-test-fired-Aajira-Odisha

ଆଓରି-ନୁଆଦିଲ୍ଲୀ(୧୯/୧୨) : ୪୦ କି.ମି. ଲକ୍ଷ୍ୟଭେଦ କରି ପାରୁଥିବା ବହୁମୁଖୀ ରକେଟ୍‍ ଲଞ୍ଚର ‘ପିନାକ’ର ଗୁରୁବାର ଦିନ ୧୨ଟାରେ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଭାରତୀୟ ବାୟୁସେନାରେ ‘ପିନାକ’ ରକେଟ୍‍ ଲଞ୍ଚର ବ୍ୟବହାର କରାଯାଏ। ଆଜିର ବ୍ୟାବହାରିକ ପରୀକ୍ଷଣରେ ଏକ ଟ୍ରକ୍‍ରୁ ଏକା ଥରକେ ୧୨ଟି ରକେଟ୍‍ ଛଡ଼ା ଯାଇଥିଲା।

୧ କିଲୋଗ୍ରାମ ୨୫୦ ଗ୍ରାମ୍‍ ଓଜନର ବିସ୍ଫୋରକ ବହନ କରି ମାତ୍ର ୪୪ ସେକେଣ୍ଡରେ ଏହି ୧୨ଟି ରକେଟ୍‍କୁ ବିଭିନ୍ନ ଦିଗରେ ଛଡ଼ା ଯାଇଥିଲା। ପ୍ରମାଣନ ଏବଂ ପ୍ରଯୁକ୍ତି ସଂସ୍ଥା ପକ୍ଷରୁ ଏହି ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏକାଧିକ ବାର ‘ପିନାକ’ର ସଫଳ ପରୀକ୍ଷଣ ହୋଇଥିବା ବେଳେ ବିଭିନ୍ନ ପରୀକ୍ଷଣ କାଳରେ ଏହାର ଦୂରତା ବୃଦ୍ଧି କରାଯାଉଛି। କାର୍ଗିଲ ଯୁଦ୍ଧ ସମୟରେ ଏହାର ବ୍ୟବହାର କରାଯାଇଥିଲା। ପ୍ରତିରକ୍ଷା ଗବେଷଣା ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ-ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ କରାଯାଇଥିବା ଏହି ବହୁମୁଖୀ ରକେଟ୍‍ ଲଞ୍ଚରର ଆଜିର ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। ପରୀକ୍ଷଣ ସମୟରେ ଡିଆଡିଓର ବୈଜ୍ଞାନିକ ଓ ଏହି ପ୍ରକଳ୍ପ ସହ ସମ୍ପର୍କିତ ବଶେଷଜ୍ଞ ଉପସ୍ଥିତ ଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.