May 19, 2024

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜନ ଅଦାଲତ କରିବ ଓଡିଶା ବିଜେପି

1 min read
Jan-Adalat-Aajira-Odisha

ଆଓରି-ଭୁବନେଶ୍ଵର(୧୧/୦୨) : ଆସନ୍ତା ନିର୍ବାଚନକୁ ଆଉ ମାତ୍ର ଅଳ୍ପଦିନ ରହିଲା । ଏହାକୁ ଆଖିରେ ରଖି ସବୁ ରାଜନୈତିକ ଦଳ ଏବେ ଆକ୍ସନ ମୁଡରେ । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିରୋଧୀ ଆପଣାଉଛନ୍ତି ନୂଆ ଫଣ୍ଡା ।

ଠିକ୍‌ ସେହିଭଳି ବିଜେପି ଆଜି ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳିରେ ଜନ ଅଦାଲତ କରିବ । ଜନ ଅଦାଲତରେ ଲୋକମାନେ ସରକାରଙ୍କୁ ପ୍ରଶ୍ନ ପଚାରିବେ । ତେବେ ଆଜି ବ୍ରହ୍ମପୁର, ପୁରୀ, କଳାହାଣ୍ଡିରେ ଅଦାଲତର ଆୟୋଜନ କରାଯିବ ବୋଲି ବିଜେପିର ଉପସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଫଟୋଗ୍ରାଫି ସଙ୍କଳିତ କରି ଏକ ୧୫ ମିନିଟର  ପ୍ରାମାଣିକ ଭିଡିଓଗ୍ରାଫି କରାଯିବ । ଏହି ଭିଡିଓକୁ ସେହି ଅଂଚଳରେ ଜନ ସାଧାରଣଙ୍କୁ ଦେଖାଯିବ । ସେଠାରେ ଏକ ଅଦାଲତ ରୁମ କରାଯିବ । ଅଦାଲତରେ ଜଜ୍ ଏବଂ ମୁଦାଲା ରହିବେ । ସାଧାରଣ ଜନତାଙ୍କର ଯାହା ଅଭିଯୋଗ ରହିବ ତାହାକୁ ଉପସ୍ଥାପନ କରାଯିବ । ତାହାପରେ ଜନତାଙ୍କ ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସରକାର ପରିବତର୍ରନ କରିବାକୁ ସଙ୍କଳ୍ପ ନେବେ ବୋଲି ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

ଏହାସହ ନିର୍ଦ୍ଧାରିତ ତାରିଖ ମଧ୍ୟରେ କେଉଁକେଉଁ ସ୍ଥାନରେ ଜନ ଅଦାଲତ ହେବ ସେନେଇ ମଧ୍ୟ ସୂଚନା ଦେଇଛନ୍ତି ସମୀର ।  ଫେବୃଆରୀ ୧୩ ତାରିଖ ଦିନ ଢେଙ୍କାନାଳ, ନବରଙ୍ଗପୁର, କେନ୍ଦୁଝର, ୧୪ରେ ବରଗଡ, କଟକ, କନ୍ଧମାଳ, ୧୫ରେ ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ, ୧୬ରେ ଭଦ୍ରକ, ବଲାଙ୍ଗୀର ଓ ୧୭ରେ ଭୁବନେଶ୍ୱର, ଯାଜପୁର, ଜଗତସିଂହପୁରରେ କରାଯିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.